
ଚାନ୍ଦବାଲିରେ ବଳ ଗୋଟାଉଛି କଂଗ୍ରେସ । ଜଳେଶ୍ଵରପୁର ଠାରେ କଂଗ୍ରେସର ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବଳଗୋଟାଉଛି କଂଗ୍ରେସ, ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ର ନୂତନ ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଆଭିମୁଖ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ବିଜେଡି ଓ ବିଜେପି ଦୁଇ ରାଜନୈତିକ ଦଳ କୁ ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ ପଛକୁ ପକାଇ କଂଗ୍ରେସ କିପରି ସଂଗଠନ କରିବ ତାହା ବିଷୟରେ ଆଲୋଚନା ହୋଇଥିଲା । ନୂତନ ସଭାପତି ଓ ଯୁବ ସଭାପତିଙ୍କୁ ଉକ୍ତ ଗ୍ରାମପଞ୍ଚାୟତରେ ଗୁରୁଦାୟିତ୍ଵ ଦିଆଯିବା ସହିତ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଆଗଧାଡିର ପୁରୁଖା ନେତାମାନେ ।
ସଭାପତି ହିମାଂଶୁ ନାୟକ ଓ ଯୁବ ସଭାପତି ରତିକାନ୍ତ ପାତ୍ର ଙ୍କ ନେତୃତ୍ବରେ ୩୦ରୁ ଉର୍ଦ୍ଧ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦିଗ ଦାସ, ନିର୍ବାଚନ ମଣ୍ଡଳୀ ନେତା ଅମିୟ ମହାପାତ୍ର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଯୁବନେତା ସତ୍ୟାନନ୍ଦ ରାଉତ, ଦୁଇ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଦୀପକ ଭୋଇ, ଜଳେଶ୍ଵର ପୁର ସମବାୟ ସମିତି ର ସଭାପତି ସୁଦର୍ଶନ ମାହୁନ୍ତ,ଆଶିଷ କୁମାର ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଦଳୀୟ ଉତରିୟ ଦେଇ ଦଳକୁ ସ୍ବାଗତ ଜଣାଇଥିଲେ ।