ବର୍ଷାରେ ବଦଳିଗଲା ସମୀକରଣ: ଟି-୨୦ ବିଶ୍ୱକପ୍ ୨୦୨୬ରୁ ଅଷ୍ଟ୍ରେଲିଆ ବିଦାୟ

ଠିକ୍ ତିନି ବର୍ଷ ପୂର୍ବେ, ୧୯ ନଭେମ୍ବର ୨୦୨୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରେ ଭାରତକୁ ପରାଜିତ କରି ଅଷ୍ଟ୍ରେଲିଆ କ୍ରିକେଟ ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲା। ସେତେବେଳେ ଅଷ୍ଟ୍ରେଲିୟ ଖେଳାଳି ମିଚେଲ ମାର୍ଶଙ୍କ ଟ୍ରଫି ଉପରେ ଦୁଇ ଗୋଡ ରଖିଥିବାର ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରଲ ହୋଇଥିଲା |

ଏବେ କିନ୍ତୁ ସମୟର ପରିବର୍ତନ ହୋଇଛି । ଟି-୨୦ ବିଶ୍ୱକପ୍ ୨୦୨୬ରେ ଅଷ୍ଟ୍ରେଲିଆର ଅଭିଯାନ ବର୍ଷା ଯୋଗୁଁ ଅସ୍ଥିର ହୋଇପଡ଼ିଛି। ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଜିମ୍ବାୱେ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁଥିବା ମ୍ୟାଚ୍ ଲଗାତାର ବର୍ଷାରେ ବାତିଲ ହୋଇଯାଇଥିଲା। ଟସ୍‌ ମଧ୍ୟ ହୋଇପାରିନଥିବାରୁ ଉଭୟ ଦଳକୁ ଗୋଟିଏ କରି ପଏଣ୍ଟ ଦିଆଯାଇଥିଲା।

ଏହା ସହିତ ଜିମ୍ବାୱେ ୫ ପଏଣ୍ଟ ପାଇ ସୁପର-୮ ପାଇଁ କ୍ୱାଲିଫାଇ କରିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଆୟରଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଗ୍ରୁପ୍ ରେ ଜିମ୍ବାୱେ ସହ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ପରି ଶକ୍ତିଶାଳୀ ଦଳ ଅଛନ୍ତି। ଫେବ୍ରୁଆରି ୨୬ରେ ଚେନ୍ନାଇରେ ଜିମ୍ବାୱେ ତା’ର ପ୍ରଥମ ସୁପର-୮ ମ୍ୟାଚ୍ ଭାରତ ବିପକ୍ଷରେ ଖେଳିବ। କ୍ରିକେଟ୍‌ରେ ପରିଣାମ ସବୁବେଳେ ଅନିଶ୍ଚିତ। ୨୦୨୩ର ବିଜୟରୁ ୨୦୨୬ର ବିଦାୟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଏହି ଯାତ୍ରା ଦେଖାଉଛି ଯେ ଖେଳରେ ସଫଳତା ଓ ବିଫଳତା ଦୁହିଁଟି ଅଂଶ ଅଟେ।