
ଘଷିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ପଞ୍ଚାୟତ ବରମାଲ ସରକାରୀ ଆଶ୍ରମ ବିଦ୍ୟାଳୟରେ ସରକାରଙ୍କ ଅନୁସୂଚିତ ଜନଜାତି,ଜାତି ଉନ୍ନୟନ ଓ ପଛୁଆ ବର୍ଗ ପକ୍ଷରୁ ଅଭିଭାବକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରସି ସଞ୍ଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଦିଲ୍ଲୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଚକ୍ର, ପରିଚାଳନା କମିଟିର ସଭାପତି ଶରତ ମଲ୍ଲିକ, ସମ୍ପାଦକ କୁନି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନୈତିକ ଶିକ୍ଷା ସହ ବୈଷୟିକ ଏବଂ ଶୈଖକ ଶିକ୍ଷା ପ୍ରଦାନ ସହ ଲାଇବ୍ରେରୀ, ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସେମାନଙ୍କ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେନ୍ଦ୍ର ସୁନ୍ଦର ରାଉତ, ଗୀତାଞ୍ଜଳି ପଣ୍ଡା, ହରେକୃଷ୍ଣ ଦାସ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ତୋଷୀ ସାହୁ, ପୂର୍ଣିମା କିସ୍କୁ, ବିମଲ ସୁରେନ ପ୍ରମୁଖ ସହଯୋଗ କରିଥିଲେ ।