
ବରଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ-୨୦୨୫ ପାଳିତ ହୋଇଛି | ବରଗଡ଼ ଜିଲ୍ଲା ବନଖଣ୍ଡ ବିଭାଗ ଦ୍ଵାରା ସ୍ଥାନୀୟ ବିଜୁ ପଟ୍ଟନାୟକ ହଲଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବରଗଡ଼ ଶ୍ରୀ ଆଦିତ୍ୟ ଗୋୟଲ, ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ, ଜିଲ୍ଲା ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଟି. ଅଶୋକ କୁମାର, ବିଭିନ୍ନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ । ଜିଲ୍ଲାପାଳ ଗୋୟଲ ଏବଂ ମାନ୍ୟବର ବିଧାୟକ ଗଡ଼ତିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ବିଭାଗ ତରଫରୁ ଆୟୋଜିତ ୫ କିମି ମାରାଥନ ଦୌଡ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |

ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସିଆରର ଓ ସିଫ୍ଆର ପ୍ରଦାନ କରଯାଇଥିଲା । ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିଆ ଜଙ୍ଗଲର ରକ୍ଷଣାବେକ୍ଷଣ ଓ ମାନବ ସମାଜରେ ଏହାର ଉପକାରିତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ ।