ବନ ନିଗମ କର୍ମଚାରୀ ସଙ୍ଘର ଦ୍ୱି ବାର୍ଷିକ ସାଧାରଣ ବୈଠକ

ଓଡିଶା ବନ ନିଗମ କର୍ମଚାରୀ ସଙ୍ଘ ଯାଜପୁର ରୋଡ ଶାଖା ତରଫରୁ ଏକ ଦ୍ୱି ବାର୍ଷିକ ନୂତନ ସଂଗଠନର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଜଙ୍ଗଲ ପରିବେଶ ର ଉପକାରିତା , ସଂରକ୍ଷଣ ଓ ସୁରକ୍ଷା ବିଷୟରେ ପରାମର୍ଶ ଦେଇଥିଲେ । କର୍ମଚାରୀ ମାନଙ୍କ ମଧ୍ୟରେ ରହିଥିବା ସମସ୍ୟା ଓ ଅସୁବିଧା କୁ କିପରି ସରକାର ଙ୍କ ନିକଟରେ ପ୍ରତିପାଦିତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ବନ କର୍ମଚାରୀ ସଙ୍ଘ ର କାର୍ଯ୍ୟକାରୀ ସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଙ୍ଗାଧର ନାୟକ, ଉପଦେଷ୍ଟା ନଟବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ନୂତନ କରି କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ତାଙ୍କ ସଙ୍ଘ ର ସଭାପତି ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତ ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ଙ୍କୁ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ନବ ନିର୍ବାଚିତ ସଭ୍ୟମାନଙ୍କୁ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ଶପଥ ପାଠ କରାଯାଇଥିଲା । ନୂତନ ଉପ ସଭାପତି ଭାବେ ପ୍ରଦୀପ କୁମାର ପଥାଳ, ସମ୍ପାଦକ ଶୁଭଶ୍ରୀ ପୃଷ୍ଟି, ସହ ସମ୍ପାଦକ ଜିତେନ୍ଦ୍ର ଗୌଡ଼, ସାଙ୍ଗଠନିକ ସମ୍ପାଦକ ବଳରାମ ଘଡେଇ, କୋଷାଧକ୍ଷ ରୁଦ୍ର ନାରାୟଣ ଜେନା, ଉପଦେଷ୍ଟା ଭାବେ ଦୁର୍ଯ୍ୟଧନ ମହାପାତ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ସ୍ୱାଇଁ ଉତିଶ୍ରୀ ସୁନ୍ଦରରାୟ ଓ ସ୍ଵାତି ସଂଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।