ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ନବ ବଧୂର ସନ୍ଦେହ ଜନକ ମୃତ୍ଯୁ । ଏଭଳି ଅଭାବନୀୟ ଘଟଣା ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ରେ ଦେଖିବାକୁ ମିଳିଛି ।

ସୂଚନାନୁସାରେ , କୁଦାନଗରୀ ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ମାହାଳ ଅଞ୍ଚଳର ଶିକ୍ଷୟତ୍ରୀ ସୁଭାଶିନି ନାୟକ । ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ର ଦିବ୍ୟ ଜ୍ୟୋତି ପଟ୍ଟନାୟକଙ୍କୁ ୯ ମାସ ହେବ ବିବାହ କରିଥିଲେ । କିନ୍ତୁ ଗତ କିଛି ଦିନ ପୂର୍ବରୁ ହଠାତ ସୁଭାସିନୀ ଙ୍କ ଶାଶୁ ଘର ଲୋକେ ତାଙ୍କ ବାପ ଘରକୁ ଫୋନ କରି ଝିଅର ଦେହ ଖରାପ ଥିବା ଖବର ଦେଇଥିଲେ । ଖବରପାଇ ଝିଅର ବାପା ରାଜେନ୍ଦ୍ର ନାୟକ ଓ ଭାଇ ନୀଳାଦ୍ରି ନାଥ ନାୟକ ପହଞ୍ଚି ଘର ଭିତରେ ସୁଭାଷିନୀଙ୍କ ସଜ୍ଞାହୀନ ମୃତ ଦେହ ପଡିଥିବା ଦେଖିଥିଲେ । ସୁଭାସିନୀଙ୍କ ପରିବାର ଲୋକଙ୍କ କହିବାନୁସାରେ , ପୂର୍ବରୁ ଶାଶୁ, ଶଶୁର,ଦିଅର ଓ ସ୍ୱାମୀ ଅଧିକ ଯୌତୁକ ଦାବି କରି ସୁଭାଷିନୀ ଙ୍କୁ ନିର୍ଯାତନା ଦେଇଆସୁଥିଲେ । ଶାଶୁ ଘରୁ ବାପ ଘରକୁ ଗଲେ ବାପା ଙ୍କ ଠୁ ଆହୁରି ଯୌତୁକ ମାଗି ଆଣିବାକୁ ଶାଶୁ କହୁଥିଲେ । କିନ୍ତୁ ସୁଭାଷିନୀ ଙ୍କ ବାପ ଘର ଲୋକେ ଯୌତୁକ ଦେବାକୁ ଅସମର୍ଥ ଥିଲେ । ଏନେଇ ସୁଭାଷିନୀ ମଧ୍ୟ କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ପରିବାର ଲୋକେ କହିଛନ୍ତି ।
ସେପଟେ ଭଉଣୀର ମୃତ୍ଯୁ ପରେ ଭାଇ ନୀଳାଦ୍ରି ସବୁ ଘଟଣା ର ଖୁଲାସା କରି କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କୁଦାନଗରୀ ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।ବଡ଼ ଘର ବଡ଼ ଗୁମର କଥା । ଯୌତୁକ ପାଇଁ ନବ ବଧୂ କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ । ପୂର୍ବତନ ପୋଲିସ ଅଧିକାରୀ ଙ୍କ ଘରେ ନବ ବଧୂର ସନ୍ଦେହ ଜନକ ମୃତୁ ଘଟିଛି । କୁଦାନଗରୀ ଥାନା ଅନ୍ତର୍ଗତ ଗରଦପୁର ବ୍ଲକ ମାହାଳ ଅଞ୍ଚଳ ର ଜଣେ ଶିକ୍ଷୟତ୍ରୀ ସୁଭାଶିନି ନାୟକ ୯ ମାସ ତଳେ ମାର୍ଶାଘାଇ ବ୍ଲକ କରିଲୋ ପାଟଣା ଗାଁ ର ଜଣେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ଙ୍କ ପରିବାର ରେ ଦିବ୍ୟ ଜୋତି ପଟନାୟକ ଙ୍କୁ ବିବାହ କରିଥିଲେ । କିନ୍ତୁ ତିନି ଦିନ ତଳେ ହଠାତ ଝିଅ ର ଦେହ ଖରାପ ଖବର ପାଇଁ ଶାଶୁ ଘରେ ଝିଅ ର ବାପା ରାଜେନ୍ଦ୍ର ନାୟକ ଓ ଭାଇ ନୀଳାଦ୍ରି ନାଥ ନାୟକ ପହଂଚିବା ପରେ ଘର ଭିତରେ ଶିକ୍ଷୟତ୍ରୀ ସୁଭାଷିନୀ ଙ୍କ ସଜ୍ଞାହୀନ ମୃତ ଦେହ ପଡିଥିଲା । କିନ୍ତୁ ଶାଶୁ ଶଶୁର ଏ ଘଟଣା କୁ ଧ୍ୟାନ ନ ଦେଇ ନିଜ ନିଜ କାମ କରୁଥିଲେ । ସ୍ୱାମୀ ଘରେ ନ ଥିଲେ..ପୂର୍ବରୁ ମଧ୍ୟ ଶାଶୁ, ଶଶୁର,ଦିଅର ଓ ସ୍ୱାମୀ ଅଧିକ ଯୌତୁକ ଦାବି କରି ସୁଭାଷିନୀ ଙ୍କୁ ନିର୍ଯାତନା ଦେଇଥିଲେ ।
ତେବେ ଶାଶୁ ଘର ଲୋକେ ଭାରଗୀତା ତଥା ବିବାହ ପରେ ଝିଅ ବାପ ଘରକୁ ଆସିଲେ ବାପା ଙ୍କ ଠୁ ଆହୁରି ଯୌତୁକ ମାଗି ଆଣିବାକୁ ଶାଶୁ କହୁଥିଲେ । କିନ୍ତୁ ସୁଭାଷିନୀ ଙ୍କ ବାପ ଘର ଲୋକେ ଯୌତୁକ ଦେବାକୁ ଅସମର୍ଥ ଥିଲେ । ସୁଭାଷିନୀ ଙ୍କ ମାସିକ ଦରମା ମଧ୍ୟ ଶାଶୁ ମାଗୁଥିଲେ । ସେ ଟଙ୍କା ନ ଦେବାରୁ ଏନେଇ ସୁଭାଷିନୀ ଙ୍କ ସହ ତାଙ୍କ ଶାଶୁ ବାରମ୍ବାର ଝଗଡା କରୁଥିଲେ । ସୁଭାଷିନୀ ମଧ୍ୟ ମାନସିକ ଦୁଶ୍ଚିନ୍ତା ରେ ରହୁଥିଲେ । ତେବେ ଏନେଇ ଭଉଣୀ ମୃତୁ ପରେ ଭାଇ ନୀଳାଦ୍ରି ନାଥ ନାୟକ ସବୁ ଘଟଣା ର ଖୁଲାସା କରି କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିବା ପରେ କୁଦାନଗରୀ ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।