ଗଞ୍ଜାମ ସହର ଓ ଆଖ ପାଖ ଅଞ୍ଚଳ ମହାଶିବରାତ୍ରି ଅବସରରେ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି | ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ଅନ୍ତର୍ଗତ ବଟେଶ୍ଵର ମନ୍ଦିରରେ ପ୍ରତିବର୍ଷର ରେକର୍ଡ ଭାଙ୍ଗିଛି | ପୂର୍ବ ବର୍ଷ ତୁଳନା ଅନୁଯାୟୀ ଚଳିତ ବର୍ଷ ବଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ହଜାର ହଜାର ଭକ୍ତ ପ୍ରଥମ ଥର ପାଇଁ ସମାଗମ ହୋଇଥିଲା | ଯେଉଁଥିପାଇଁ ଟ୍ରାଫିକ ବ୍ୟବସ୍ଥା ଏବଂ ଭକ୍ତଙ୍କୁ କୌଣସି ଅସୁବିଧା ହେବନାହିଁ ତାହା ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା |





ସେହିପରି ଅଳେଶ୍ବର, ଝଡ଼େଶ୍ଵର, ମକରେଶ୍ଵର, ବାଲି ଲୋକନାଥ ରେମେଶ୍ଵର ପ୍ରମୁଖ ଶୈବପୀଠ ସେହିପରି ସହରାଞ୍ଚଳରେ ବିଜେ କାଶୀ ବିଶ୍ୱନାଥ, ଖଣ୍ଡେଶ୍ଵର, ରାମେଶ୍ଵର, ଆଖଣ୍ଡଳମଣି ପ୍ରମୁଖ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା | ଶ୍ରଦ୍ଧାଳୁମାନେ ଅଷ୍ଟଶମ୍ଭୁ ଦର୍ଶନ କରିବା ପାଇଁ ବିଭିନ୍ନ ଶୈବପୀଠ ଭ୍ରମଣ କରିଥିଲେ | ଦେବଦେବ ମହାଦେବଙ୍କ ଲିଙ୍ଗରେ ଜଳାଭିଶେଖ କରି ପୂଣ୍ୟ ଅର୍ଜନ ପାଇଁ କାଉଡ଼ିଆମାନେ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଜଳ ଭାର ନେଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଲକ୍ଷ୍ୟ କରାଯାଇଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଅଷ୍ଟ ପ୍ରହର ନାମଯଜ୍ଞ ଓ଼ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା | ମନ୍ଦିର ପୂଜକଙ୍କ ମୁଖ ନିଃସୃତ ଦେବମନ୍ତ୍ର ଧ୍ୱନିରେ ମନ୍ଦିର ପରିବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା |