ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କଂଗ୍ରେସର ବିକ୍ଷୋଭ

ସୁଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଡ଼ଃ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ ଦଳର କର୍ମୀ ମାନେ ରାଣୀବନ୍ଦ ଛକ ନିକଟରେ ଟାୟାରରେ ନିଆଁ ଲଗେଇ 12 ଘଣ୍ଟିଆ ବନ୍ଦ ଡାକରା ପାଳନ କରିଥିଲେ l ବାଲେଶ୍ୱର ଫକୀର ମୋହନ କଲେଜ ର ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ କଂଗ୍ରେସ ପକ୍ଷରୁ କଲୁଙ୍ଗା, କାଂଶବାହାଲ, ରାଜଗାଙ୍ଗପୁର, କୁତ୍ରା, ଛକରେ ବିକ୍ଷୋଭ ପ୍ରଦଶନ କରି ସରକାର ଉପରେ ବର୍ଷୀଥିଲେ l ଆସନ୍ତୁ ଶୁଣିବା ରାଜଗାଙ୍ଗପୁର ବିଧାୟକ କଣ ପ୍ରତିକ୍ରିୟା ଦେଇଛନ୍ତି l