
କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ତେଲକୋଇ ବ୍ଲକ ରେ ଥିବା ସମାକୋଇ ନଦୀ ଉପରେ ୧୦ଫୁଟର ପାଣି ଯାଉଛି, ଯାହାଫଳରେ ତେଲକୋଇରୁ ଭୁବନେଶ୍ୱର, ଯାଜପୁର, ତାଳଚେର, ଅନଗୁଳ, ସମ୍ବଲପୁର ଏହିପରି ପ୍ରାୟ ଜାଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ଏଥିସହିତ ଜିଲ୍ଲାର ପାଟଣା ବ୍ଲକ, ଚମ୍ପୁଆ ବ୍ଲକ, ହରିଚନ୍ଦନପୁର ଭଳି ବ୍ଲକ ଗୁଡିକରେ ଛୋଟ ଛୋଟ ନଦୀ ନାଳ ଥିବା ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।