ପ୍ରବଚକ ବିରେନ୍ଦ୍ର ପଣ୍ଡାଙ୍କ ପ୍ରବଚନରେ ଯୋଗ ଦେଲେ ଶତାଧିକ ଲୋକ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଯଶିପୁର ପଞ୍ଚାୟତ ଶୁଭଦିଆ ଗ୍ରାମରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରବଚକ ବିରେନ୍ଦ୍ର ପଣ୍ଡା ପ୍ରବଚନ ଦେଇଥିବା ବେଳେ ଶତାଧିକ ଲୋକ ଯୋଗ ଦେଇଥିଲେ । ଯଶିପୁର ପଞ୍ଚାୟତର ଶୁଭଦିଆ ଗ୍ରାମର ସମାଜସେବୀ ଲକ୍ଷ୍ମୀଧର ରାଉତ, ପୀତାମ୍ବର ରାଉତ ବିଗତ ଦିନରେ ଘଣ୍ଟେଶ୍ବର +୨ ଜୁନିୟର ମହାବିଦ୍ୟାଳୟ କୁ ଏକ ଦୁଇ ମହଲା ବିଶିଷ୍ଟ ବିଜ୍ଞାନଗାର ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । ବହୁତ ଦିନର ସ୍ଵପ୍ନ ଥିଲା ଯେ ନିଜ ଜନ୍ମ ମାଟି ପାଇଁ କିଛି ଭଲ କାମ କରିବା ଶୁଭଦିଆ ଗ୍ରାମ ସଂକିର୍ତନ ପାଇଁ ସ୍ଥାୟୀ ମଣ୍ଡପ ଟିଏ ନଥିଲା ଏହାକୁ ନଜରରେ ରଖି ସ୍ଥାୟୀ ମଣ୍ଡପ ଟିଏ ସମାଜ ସେବୀ ଲକ୍ଷ୍ମୀ ଧର ରାଉତ ସ୍ଥାୟୀ ମଣ୍ଡପ ଟିଏ ନିର୍ମାଣ କରି ଗ୍ରାମ ବାସି ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶଂସା ର ସୁଅ ଛୁଟିଛି । ପ୍ରବଚକ ବିରେନ୍ଦ୍ର ପଣ୍ଡା ପହଞ୍ଚି ଉକ୍ତ ସଂକିର୍ତନ ମଣ୍ଡପ କୁ ଉଦଘାଟନ କରିଥିବା ସୂଚନା ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।