ପୋଷଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ

ପୁରୀ : ଉପଯୁକ୍ତ ପୋଷଣ ଶିଶୁ କୁ ସୁସ୍ଥ ଓ ନିରୋଗ ରଖିବା ସହ ତାହାର ମାନସିକ ସୁସ୍ଥତା ପାଇଁ ସହାୟକ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ପୋଷଣ ମାହ ବା ମାସର ଆୟୋଜନ କରାଯାଇଥାଏ । ଏହାଦ୍ଵାରା ଉପଯୁକ୍ତ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ଯେପରି ଲୋକାଭିମୁଖୀ କରାଯିବ ସେଥିପ୍ରତି ବ୍ୟବସ୍ଥା କରାଯାଇଥାଏ । ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ପୋଷଣର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । କନଭରଜେଣ୍ଟ ଆକ୍ସନ ଓ ଡିଜିଟାଇଜେସନ,ଏର୍ଲି ଚାଇଲ୍ଡହୁଡ କେଆର ଓ ଏଡୁକେସନ, ଇନଫାନଟ୍ ଓ ୟଙ୍ଗ ଚାଇଲ୍ଡ ଫିଡ ପ୍ରାକ୍ଟିସ୍, ମେନ ଷ୍ଟ୍ରିମିଂ, ଆଡ୍ରେସ ଓବେସିଟି ଓ ଭୋକାଲ ଫର ଲୋକାଲ ଏହିଭଳି ୬ଟି ବିନ୍ଦୁ କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ୮ମ ରାଷ୍ଟ୍ରୀୟ ପୋଷଣ ମାହ ବା ମାସ ୨୦୨୫ କାର୍ଯ୍ୟକ୍ରମରେ ବିଭିନ୍ନ ପୋଷଣ କାର୍ଯ୍ୟକଳାପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରୀ ଜିଲ୍ଲାକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି |

ଏବଂ ରାଜ୍ୟ ମଧ୍ୟରେ ପୋଷଣର ମୁଖ ଚିହ୍ନନ ପ୍ରଣାଳୀରେ ମଧ୍ୟ ପୁରୀ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି । ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ନିର୍ଦ୍ଦେଶକ ମନୀଷା ବାନାର୍ଜୀ ଙ୍କ ଠାରୁ
ଏହି ପୁରସ୍କାର କୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଓ ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର ଗ୍ରହଣ କରିଥିଲେ । ଏହି ସଫଳତା ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମାଜ କଲ୍ୟାଣ ଅଧିକାରୀ ଓ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏହି ସଫଳତା କୁ ପାଥେୟ କରି ଆଗକୁ ଆହୁରି ଅଧିକ କାର୍ଯ୍ୟ କରି ଜିଲ୍ଲାର ସୁନାମ ବୃଦ୍ଧି କରିବାକୁ ସେ ଆହ୍ବାନ ଦେଇଛନ୍ତି ।