କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଖେଳୁଥିବାବେଳେ ଦୁର୍ଭାଗ୍ୟବଶତଃ ଘର ପାଖ ପୋଖରୀରେ ବୁଡି ମୃତ୍ଯୁ ହୋଇଛି | ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇ ପୋଖରୀରୁ ମୃତଦେହକୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।