
ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍ ପିଲାମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡିଛି | ଯେଉଁ ଥିରେ କି ଅନଲାଇନ୍ କ୍ଲାସ, ପ୍ରୋଜେକ୍ଟ କାମ ଓ ଶିକ୍ଷାଗତ ଆବଶ୍ୟକତା ପାଇଁ ମୋବାଇଲ୍ ବ୍ୟବହାର ଅଧିକ ହୋଇଥିବା ବେଳେ, ଏହା ବାପାମାଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଗଲାଣି |
ଭାରତରେ ପ୍ରାୟ ୭୩% ଲୋକ AI ବ୍ୟବହାର କରୁଥିବା ବେଳେ, ଏଥିରେ Gen-Z ର ଭାଗିଦାରି ୬୫% ରହିଛି ବୋଲି ଏକ ସର୍ଭେରୁ ଜଣାପଡିଛି | କିନ୍ତୁ ପ୍ରଯୁକ୍ତିବିଦ୍ୟାର ଏହି ଦ୍ରୁତ ଅଗ୍ରଗତି ସହିତ ଡିପ୍ଫେକ୍, ଫେକ୍ ନ୍ୟୁଜ୍ ଓ ଆପତ୍ତିଜନକ କଣ୍ଟେଣ୍ଟ୍ ଭଳି ଗଭୀର ବିପଦ ମଧ୍ୟ ସାମ୍ନାକୁ ଆସିଛି |
ଖବର ଅନୁଯାୟୀ , ଆମେରିକାରରେ ଜଣେ ୧୪ ବର୍ଷୀୟ ବାଳକ AI ଚାଟବଟ୍ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବା ପରେ ଆତ୍ମହତ୍ୟା କରିଥିବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି |ଏଥିରୁ ଆମେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଯଥାଯଥ ନିୟନ୍ତ୍ରଣ ନ ଥିଲେ ଡିଜିଟାଲ୍ ଦୁନିଆ ପିଲାମାନଙ୍କ ପାଇଁ ଅସୁରକ୍ଷିତ ହୋଇପାରେ | Grok ଭଳି AI ପ୍ଲାଟଫର୍ମରେ ମଧ୍ୟ ଆପତ୍ତିଜନକ ବିଷୟବସ୍ତୁ ବୃଦ୍ଧି ପାଉଥିବା ନେଇ ରିପୋର୍ଟ ଆସିଛି।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବାପାମା ପିଲାମାନଙ୍କ ଉପରେ ନଜର ଦେବାବାକୁ ପଡିବ | ଯାହାକି ତାଙ୍କ ସ୍ୱାଧୀନତାର ଉଲ୍ଲଂଘନ ଭାବିବା ଉଚିତ ନୁହେଁ, ବରଂ ଏହାକୁ ସୁରକ୍ଷାର ଆବଶ୍ୟକ ପଦକ୍ଷେପ ଭାବରେ ଦେଖିବା ଦରକାର | ‘ୱାଚର’ ଭଳି ପାରେଣ୍ଟାଲ୍ କଣ୍ଟ୍ରୋଲ୍ ଆପ୍ ପିଲାଙ୍କ ଡିଜିଟାଲ୍ କାର୍ଯ୍ୟକଳାପ, ଆପ୍ ବ୍ୟବହାର ସମୟ ଓ ଲାଇଭ୍ ଲୋକେସନ୍ ଟ୍ରାକ୍ କରିବାରେ ସହାୟକ ହୋଇପାରୁଛି |
ପିଲାମାନେ ChatGPT ଓ Google Gemini ଭଳି AI ଟୁଲ୍କୁ ପଢ଼ା ପାଇଁ ବ୍ୟବହାର କରୁଥିବାରୁ ଏଠାରେ ଅଭିଭାବକ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ| ସୋସିଆଲ ମିଡିଆ ମଧ୍ୟରୁ YouTube ପିଲାମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ | YouTube ର Family Center ମାଧ୍ୟମରେ ପିଲାଙ୍କ ପାଇଁ ଅଲଗା ପ୍ରୋଫାଇଲ୍ ତିଆରି କରିବା ସହ Google Family Link ଦ୍ୱାରା ଅପତ୍ତିଜନକ ସନ୍ଧାନ ଓ ସୁପାରିଶକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରାଯାଇପାରେ। ବିଶେଷକରି ୧୨ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଏହା କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ |
ଏହା ସହିତ Instagram ର “Supervision Mode” ମଧ୍ୟ ଏକ ପ୍ରଭାବଶାଳୀ ବ୍ୟବସ୍ଥା | ଏହା ମାଧ୍ୟମରେ ପିତାମାତା ପିଲା କେଉଁ ଆକାଉଣ୍ଟ, କଣ୍ଟେଣ୍ଟ୍ ଓ AI କ୍ୟାରେକ୍ଟର ସହ ଯୋଗାଯୋଗ କରିପାରିବେ, ସେଥିରେ ନିୟନ୍ତ୍ରଣ ରଖିପାରିବେ। ଅପମାନଜନକ କୀୱାର୍ଡ ଅବରୋଧ କରି ପିଲାଙ୍କ ଫିଡ୍କୁ ଅଧିକ ସୁରକ୍ଷିତ କରାଯାଇପାରିବ| ଡିଜିଟାଲ୍ ସୁବିଧା ସହ ସୁରକ୍ଷା ,ଏହି ଦୁଇଟି ମଧ୍ୟରେ ସନ୍ତୁଳନ ବଜାୟ ରଖିବା ହେଉଛି ଆଜିକା ଦୁନିଆ ପାଇଁ ଅତ୍ୟନ୍ତ ଜରୁରୀ |