ପାରାଦ୍ୱୀପରେ ଧୁମଧାମରେ ୮୦ତମ ସ୍ୱାଧୀନତା ଦିବସ ପାଳନ, ବନ୍ଦର-ଶିଳ୍ପାଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଆଜି ଦେଶ ପାଳୁଛି ୮୦ ତମ ସ୍ବାଧିନତା ଦିବସ। ଚାରିଆଡେ ଉତ୍ସବର ମାହୋଲ ଥିବାବେଳେ ବନ୍ଦର ନଗରୀ ପାରାଦ୍ଵୀପ ରେ ଥିବା ବିଭିନ୍ନ ଶିଳ୍ପ, ପାରାଦ୍ଵୀପ ବନ୍ଦର ସମେତ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପାରାଦ୍ଵୀପ ବନ୍ଦର ପକ୍ଷରୁ ଆୟୋଜିତ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ପରେ ବନ୍ଦର ର ବିଭିନ୍ନ ବିଭାଗରେ ଦକ୍ଷତା ପ୍ରତିପାଦିତ କରିଥିବା କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସେହିପରି ଆଇଓସିଏଲ ପରିସରରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ପରିଚାଳନା ନିର୍ଦ୍ଦେଶକ କୌଶିକ୍ ବସୁ ପତାକା ଉତ୍ତୋଳନ କରିଥିଲେ। ଇଫକୋ ପାରାଦ୍ଵୀପ ୟୁନିଟ୍ ପରିସରରେ ଇଫକୋ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ବିକ୍ରମ ସିଂ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ସାମ୍ପ୍ରତିକ ପରିସ୍ଥିତିରେ କୃଷକଙ୍କ ସମସ୍ୟା କୁ ନେଇ ଇଫକୋ ପ୍ରତିବଦ୍ଧ ରହିଛି ଏବଂ ଇଫକୋ ନାନୋ ସାର ଚାଷୀ ମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି। କିନ୍ତୁ ଏହି ନାନୋ ସାର କୁ କୃଷକ ମାନଙ୍କ ମନରେ ବିଶ୍ବାସ ଆଣିବା ପାଇଁ ଇଫକୋ କୃଷକମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି ବୋଲି ପ୍ରକାଶ କରିଛନ୍ତି।