
ପାରାଦ୍ଵୀପରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପାରାଦ୍ଵୀପ ମ୍ୟୁନିସିପାଲଟି ଉପାଧ୍ୟକ୍ଷା ଛବିଲତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବି କୈଳାସ ସାହୁ, ବିଜେଡିର ପୂର୍ବତନ ପାରିଷଦ ଶୁଶିଲ ମହାପାତ୍ର, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଚରଣ ମହାନ୍ତିଙ୍କ ସମେତ ବହୁ ଅତିଥି ଯୋଗ ଦେଇ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଉପରେ ଆଲୋଚନା କରିଥିଲେ। ସ୍ବର୍ଗତ ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ପାରାଦ୍ଵୀପ ବନ୍ଦର ପ୍ରତି ତାଙ୍କର ଅବଦାନ, ପୁରୀ-ବାଲେଶ୍ବର ହାଇଓ୍ବେ କାର୍ଯ୍ୟ ତାଙ୍କର ଦୃଢ ମନା ପ୍ରତିପାଦିତ କରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।