ପାରାଦ୍ଵୀପ ବନ୍ଦର ପକ୍ଷରୁ ୩୯ ତମ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ

ପାରାଦ୍ଵୀପ ବନ୍ଦର ପକ୍ଷରୁ ୩୯ ତମ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବନ୍ଦର ନଗରୀରେ ରହୁଥିବା ପରିବାର ନିଜ ବାଡି ଓ ବଗିଚାରେ ଲଗାଇଥିବା ବିଭିନ୍ନ ପ୍ରକାରର ଫୁଲ, ଫଳ ଓ ପନିପରିବାକୁ ଏହି ପ୍ରତିଯୋଗୀତାରେ ପ୍ରଦର୍ଶିତ କରାଯାଇଛି।

କୌଣସି ରସାୟନିକ ସାର ପ୍ରୟୋଗ ନକରି ଜୈବିକ ପଦ୍ଧତିରେ ଲଗାଯାଇଥିବା ଫୁଲ ଓ ପନିପରିବାକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥିଲା। ବଜାର ପରିବା ଅପେକ୍ଷା ନିଜ ବାଡ଼ିରେ ଜୈବିକ ପ୍ରଣାଳୀରେ ପରିବା ଉତ୍ପାଦନ କରି ବ୍ୟବହାର କରିବାକୁ ବନ୍ଦର ପକ୍ଷରୁ ଦିର୍ଘ ବର୍ଷ ହେଲା ପ୍ରୟାସ କରାଯାଉଛି।

ଚଳିତ ବର୍ଷ ଏହି ପ୍ରତିଯୋଗୀତାକୁ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଉଦଘାଟନ କରିବା ସହିତ ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ପ୍ରତିଯୋଗୀତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।