
ହଜିଯିବେ ପାଣ୍ଡିଆନ , ପୁଣି ଫେରିବ ବିଜେଡି , ନୂଆ ନୂଆ ରଣନୀତି ନେଇ ଏବେ ବିଜେଡି ଦଳକୁ ସଜାଡୁଥିବା କଥା ଚର୍ଚା ହେଲାଣି | ସାଧାରଣ ନିର୍ବାଚନ ପୂର୍ବରୁ ଭୈରବ ବାବୁଙ୍କର ଯେଉଁ ଭଳି ପତିଆରା ରହିଥିଲା ତାହା ଏବେ ଆଉ ଦେଖିବାକୁ ମିଳିବନି , କାରଣ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ଏବେ ନିଜେ ବାବୁ ଟାର୍ଗେଟ କରିଛନ୍ତି ଆଉ ବାବୁଙ୍କ ଉପରେ ଏବେ ଦଳୀୟ ନେତାଙ୍କର କୋପ ଦୃଷ୍ଟି ପଡିଛି , ଯେଉଁଥିପାଇଁ ବାବୁଙ୍କୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ସବୁ ଆଡେ ଚର୍ଚା , ଆଉ ଆଲୋଚନା , …ପାଣ୍ଡିଆନ ଙ୍କୁ ନେଇ ଦଳର ବଡ଼ ବଡ଼ ନେତା ନିଜର ମନର କଥା କୁ ସିଧା ସିଧା ନକହି ପରୋକ୍ଷରେ କହିଛନ୍ତି , ଯାହା ଏବେ ପାଣ୍ଡିଆନ ଗଡକୁ ଭାଙ୍ଗିଦେବା ବୋଲି କୁହାଯାଉଛି | କେବଳ ସେତିକି ନୁହେଁ ବାବୁ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ବି ଏହି ରେସରେ ପଛରେ ନାହାନ୍ତି , ଏକଥା ଆମେ ନୁହେଁ ବରଂ ଦଳର କିଛି ନେତା ପାଣ୍ଡିଆନ ଙ୍କ ଆଗରେ ବସି ଟିଉସନ ହେଉଥିବା କଥା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଚି | ଦଳରେ ଦିନେ ସର୍ବେସର୍ବା ଦେଖାଉଥିବା ନେତାଙ୍କ ହାଲତ ଏବେ ସୁଧୁରିବ ବୋଲି କୁହାଯାଉଛି , କାରଣ ବଡ଼ ବାବୁଙ୍କୁ ନେଇ ଅନେକ ନେତାଙ୍କ ଆଭିମୁଖ୍ୟ ଠିକ ନଥିବା ବେଳେ ଏବେ ଦଳରୁ ତାଙ୍କୁ ବିଦା କରାଯିବା ନେଇ କୁଆଡେ ଆଲୋଚନା ହେଉଛି | ହେଲେ ଦଳରେ ନଥାଇ ବି ନିଜର ପାୱାର ସୋ କରୁଥିବା ପାଣ୍ଡିଆନଙ୍କୁ ଏବେ ଚେକ ଦେବାକୁ କିଏ କିଏ ଆଗକୁ ଆସିବ …ଦେବାଶିଷ, ରଣେନ୍ଦ୍ର ପରି ଆଉ କେଉଁ ନେତା ଏବେ ସେମାନଙ୍କ ସ୍ୱରରେ ସ୍ୱର ମିଳାଇ ଆଗକୁ ବିଜେଡି ସୁଧାରିବାକୁ ଅଂଟା ଭିଡ଼ିବେ ତାରୀ ଉପରେ ସମସ୍ତଙ୍କ ନଜର |
ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ନିଜର ଜଲବା ଦେଖାଇଥିବା ବିଜେଡି ଦଳର ସ୍ୱାଭିମାନ ପାଇଁ ଦଳ ସବୁ ପ୍ରକାର ତାଆରି କରିବାକୁ ପ୍ରସ୍ତୁତ ବୋଲି କୁହାଯାଉଛି , ଆଉ ଏହି ସମୟରେ ଦଳର ଅନେକ ବଡ଼ ବଡ଼ ନେତା ଦଳକୁ ଆଗକୁ ନେବା ପାଇଁ ଅଂଟା ଭିଡୁଛନ୍ତି , ଯାହାକୁ ନେଇ ଏବେ ନୂଆ ରଣନୀତି ପ୍ରସ୍ତୁତ କରି ଦଳରୁ ଦଳୀୟ କନ୍ଦଳ ହଟାଇବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି | ପଂଚାୟତ ନିର୍ବାଚନ ପୂର୍ବରୁ ଦଳର ସ୍ତିତିକୁ ମଝବୁତ କରିବା ନେଇ ଏବେ ଗାଁ ଠୁ ସହର ସବୁଠି କାମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି | ଦଳୀୟ ନେତା ଏବେ ଗାଁ କୁ ଯାଇ ନିଜ ଗଡ଼ ସଜାଡ଼ିବାକୁ ସଜବାଜ ହେଉଥିବା କଥା ଚର୍ଚା ହେଲାଣି | ଦଳୀୟ ଦାୟିତ୍ୱ ନେଇଥିବା ଦେବୀ ମିଶ୍ରଙ୍କ ଭଳି ବଡ଼ ବଡ଼ ନେତା ଏବେ ପଂଚାୟତ ନିର୍ବାଚନ ପାଇଁ ଦକ୍ଷ ପ୍ରାର୍ଥୀ ଦେଇ ଦଳକୁ ଆଉ ଠାରେ ଠିଆ କରିବାକୁ ପ୍ରସ୍ତୁତି ଚଳାଇଥିବା ଆଲୋଚନା ହେଉଛିପୁଣି ଫେରିବ ବିଜେଡି ତେବେ ଦଳ ୨୪ ନିର୍ବାଚନ ଫଳାଫଳକୁ ଦେଖି କଣ କାର୍ଯ୍ୟପନ୍ଥା ହାତକୁ ନେଉଛି ତାହା ଦେଖିବାକୁ ବାକି ରହିଲା |