ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଘଷିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନ ତରଫରୁ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଦେଓଗାଁ କୁଶଳେଶ୍ଵର ଉଚ୍ଚବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ନିରଞ୍ଜନ ଚକ୍ର, ଗଁପୁର ଓଁମା ସରସ୍ୱତୀ ବିଦ୍ୟାପୀଠ ର ଶାରୀରିକ ଶିକ୍ଷା ଶିକ୍ଷକ ଅରୁଣ ପଣ୍ଡା ଙ୍କୁ ସଂଗଠନ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।ନେହେରୁ ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲିଲିମା ଖୁଣ୍ଟିଆ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅବସରପ୍ରାପ୍ତ ବିଇଓ ଆନନ୍ଦପୁର ଶରତ ରାଉତ ଯୋଗଦାନ କରିଥିଲେ।

ଉକ୍ତ ସଭା ରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ନନ୍ଦକିଶୋର ବେହେରା,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ କାର୍ତ୍ତିକ ପ୍ରସାଦ ଶତପଥି, ବାବାଜୀ ଚରଣ ଜେନା, ଦୁର୍ଯ୍ୟୋଧନ ଜେନା, ଭିମସେନ ନାଥ, ପ୍ରଦ୍ୟୁମ୍ନ ଚକ୍ର,ଛାୟାମଣୀ ପରିଡ଼ା, ସୁଦର୍ଶନ ଭଞ୍ଜ ଯୋଗଦାନ କରିଥିଲେ । ଦୁଇ କ୍ରୀଡା ଶିକ୍ଷକ ପିଲାମାନଙ୍କୁ କ୍ରିଡାର ଉପକାରିତା ,ଶିକ୍ଷା ସହ ଶାରୀରିକ ଶିକ୍ଷା ଦ୍ଵାରା ଜିଲ୍ଲା ତଥା ରାଜ୍ୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ମାଧ୍ୟମରେ ବିଭିନ୍ନ ଖେଳରେ ଚମ୍ପିୟାନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଆଜି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ଦୁଇ ଶିକ୍ଷକ ସଦାସର୍ବଦା ମନେରହିବେ ବୋଲି ଅଭିଭାଷଣରେ ଅତିଥିମାନେ କହିଥିଲେ।

ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନର ସମ୍ପାଦକ ବିଜୟ କୁମାର ସାହୁଙ୍କ ମଞ୍ଚ ପରିଚାଳନାରେ ଅତିଥି ପରିଚୟ ପ୍ରଦାନ ମୃଣ୍ମୟୀ ପାତ୍ର ଓ ସୁରେଶ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶାରୀରିକ ଶିକ୍ଷା ଶିକ୍ଷକ ସଂଗଠନର ବରଦା ପ୍ରସନ୍ନ ଖୁଣ୍ଟିଆ, ଦେବାଶିଷ ରାଉତ, ଭଞ୍ଜ ସୋରେନ୍, ଉମା ଶଙ୍କର ରାଉତରାୟ,ପ୍ରତ୍ୟୁଷ ମହାନ୍ତି, ଲକ୍ଷ୍ମୀପ୍ରିୟା ରାଉତ , ମଧୁସ୍ମିତା ଜେନା, ପ୍ରଭାଶ୍ରୀ ଷଡ଼ଙ୍ଗୀ, ସୁଚିଶ୍ମିତା ମହାନ୍ତି , ବିଦୁଭୁଷଣ ଜେନା, ମାନସ ଜେନା,ମୀନହରୀ ପେରେଇ, ପ୍ରକାଶ ବିଶ୍ଵାଳ, ପ୍ରସନ୍ନ ସାହୁ, ସନ୍ତୋଷ ସାହୁ,ପ୍ରମୁଖ ଯୋଗଦାନ କରିଥିଲେ।