ଦୁର୍ଘଟଣାରେ ପତ୍ନୀ ମୃତ, ପତି ସଙ୍କଟାପନ୍ନ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ନିକଟରେ ଏକ ପିକଅପ୍ ଭ୍ୟାନ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ଦମ୍ପତିଙ୍କ ମଧ୍ୟରୁ ପତ୍ନୀଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀଙ୍କ ଅବସ୍ଥା ସଂକଟାପନ୍ନ। ଦୁର୍ଘଟଣାର ଶିକାର ଦମ୍ପତି ହେଉଛନ୍ତି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଂଚାୟତ ବାଘଟନା ଗାଁର ଦେବେନ୍ଦ୍ର ରାଉଳ ଓ ତାଙ୍କ ସ୍ତ୍ରୀ ଅନିତା ନାୟକ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା, ଲୋକେ ରାସ୍ତାରୋକକୁ ଓହ୍ଲାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ସ୍ଥାନୀୟବାସିନ୍ଦା ଦମ୍ପତିଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ସଂଗୀନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ କଟକରେ ପତ୍ନୀଙ୍କ ମୃତ୍ୟୁ ହୋଇଛି। ସେପଟେ ଭ୍ୟାନ ବାଇକକୁ ଧକ୍କା ଦେଇ ଉଲଟି ପଡିଥିଲା। ଚାଳକ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଧନବିଲରୁ ତାଙ୍କୁ ଧରିଥିଲେ। ଖବର ପାଇ ଚାନ୍ଦବାଲି ପୋଲିସ ପହଞ୍ଚିବା ପରେ ଚାଳକକୁ ଚାନ୍ଦବାଲି ପୋଲିସ ଜିମା ଦେଇଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଚାନ୍ଦବାଲି ଆଇଆଇସି ପଞ୍ଚାନନ ମୋହାନ୍ତି ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ଓ ଗାଡ଼ିଚଳାଚଳ ସ୍ବାଭାବିକ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *