ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧିନସ୍ଥ , ମଣିଜଙ୍ଗା ଏରସମା ରାସ୍ତା ପାର୍ଶ୍ୱ ରେ ଥିବା ସାଗବାରିଆ ସ୍ଥିତ ଦୁର୍ଗା ଙ୍କ ମନ୍ଦିର ପରିସର ଗତକାଲି ରବିବାର ମଧ୍ୟରାତ୍ରି ରେ ଦୃବୁତ ମାନେ ପଶି ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗି ଥିବା ବେଳେ ,ଦୁର୍ଗା ଦେବୀ ଙ୍କ ମୃତି ରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି, ସିଂଥି ,ସୁନା ଦୁଇ ଆଖି ,ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ , ସେହି ମଦିର ପରିସରରେ ଥିବା ଠାକୁରାଣୀ ଙ୍କ ଷ୍ଟୋର ଘର ରୁ ଠାକୁରାଣୀ ଙ୍କ ଦୈନିକ ନୀତିକ୍ରାନ୍ତି ରେ ବ୍ୟବହାର ହେଉଥିବା ପିତଳ ଗରା ଦୁଇଟି, ହାଣ୍ଡି ଗୋଟିଏ, ୫ ପଟ ଘଣ୍ଟ ,ପିତଳ ବାଲଟି ଦୁଇଟି ଇତ୍ୟାଦି ଚୋରି ହୋଇଛି ।
ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୋଲିସ ଆସି ମନ୍ଦିର ରେ ଛାନଭିନ ଜାରି ରଖିଥିବା ବେଳେ ଏହି ପର୍ଯ୍ୟନ୍ତ ଆସାମୀ କୁ ପାଇବାରେ ସମର୍ଥ ହୋଇ ପାରିନାହିଁ ।
ଏହି ଘଟଣାକିଛି ସ୍ଥାନୀୟ ନିଶାଡିଙ୍କ ହାତ ଥିବା ଅନୁମାନ କରାଯାଉଥିବା ବେଳେ , ଏହି ଜନଗହଳି ପୂର୍ଣ୍ଣ ରାସ୍ତାରେ ପୋଲିସ ପ୍ରତିଦିନ ଏହି ଅଞ୍ଚଳରେ ପେଟ୍ରୋଲିଂ କରିବାପାଇଁ ସାଧାରଣ ରେ ଦାବି ହେଉଛି ।