ଦୁବାଇ ରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଜଗନାଥପୁର ଗ୍ରାମର ସୁଦର୍ଶନ ଦଣ୍ଡସେଣାଙ୍କ ପୁଅ ସୁମନ ଦଣ୍ଡସେଣl (୨୪ ) ଘରର କରଜ ସୁଜିବା ନିମନ୍ତେ ଯାହାକି ଅଧିକ ରୋଜଗାର ଆଶାରେ ଜଣେ ଶ୍ରମିକ ଭାବେ କାମ କରିବାକୁ ଚଳିତ ବର୍ଷ ଫେବୃଆରୀ ମାସରେ ବାଣପୁରରୁ ସୁଦୂର ଦୁବାଇ ଗଲ୍ଫ ଏସିଆ ଙ୍କମ୍ପାନୀରେ କାମ କରିବାକୁ ମୁମ୍ବାଇ ଓ.ଏମ.ଜୀ ଏଜେନସି ମାଧ୍ୟମରେ ଯାଇଥିଲେ l ତେବେ ସେଠାରେ ଚଳିତ ମାସ ୨୦ ତାରିଖ ଗୁରୁବାର ଦିନ ସୁମନ ର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁବାଇ ରୁ ତାଙ୍କ ଘରକୁ ଖବର ଆସିଥିଲା l ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ, ଦୁବାଇରୁ ବିମାନ ଯୋଗେ ବିଶାଖାପାଟନାମ୍ ବିମାନ ବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ଗୁରବାର ରାତି ୮.୩୦ ସମୟରେ ନିଜ ବାସଭବନ ରେ ପହଞ୍ଚିଥିଲା ସୁମନଙ୍କ ମର ଶରୀର l ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ସ୍ମଶାନରେ ଶବ ସଂସ୍କାର କରାଯାଇଥିଲା l ସୁମନଙ୍କ ପରିବାର ଲୋକେ କହିବା ମୁତାବିକ ସାତଦିନ ତଳେ ଗୁରୁବାର ଦିନ ସୁମନର ସେଠାରେ କିପରି ମୃତ୍ୟୁହେଲା ତାହା କମ୍ପାନୀ ଆମକୁ ଜଣାଇନଥିଲା l କିନ୍ତୁ ସୁମନ ର ମୃତ୍ୟୁ ହୋଇଛି ବୋଲି ଆମ ପାଖକୁ ଶୁକ୍ରବାର ରାତିରେ ଖବର ଆସିଥିଲା l ଆମେ ଗରିବ ଆମର ରୋଜଗାରିଆ ପୁଅର କିପରି ମୃତ୍ୟୁ ହେଲା ତାହା ଆମକୁ ଜଣାନାହିଁ l ଓଡ଼ିଶା ସରକାରଙ୍କ ମାଧ୍ୟମରେ ଦୁବାଇ ରେ ଥିବା ଭାରତ ଏମ୍ବାସି ସହଯୋଗରେ ଗଲ୍ଫ ଏସିଆ କମ୍ପାନୀ ଠାରୁ ଆମକୁ କିଛି ସାହାଯ୍ୟ କରିବା ପାଇଁ ପରିବାର ଲୋକେ ରାଜ୍ୟ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *