ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମା’ବୈଷ୍ଣଦେବୀଙ୍କ ଭକ୍ତମାନଙ୍କୁ ନେଇ ଘରକୁ ଫେରୁଥିବା ଏକ ଟ୍ରାଭେଲସ ଟେମ୍ପୋ କାର ଭାରସାମ୍ୟ ହରାଇ କାଟ୍ରା ନିକଟ ନୋମାଇ ଅଞ୍ଚଳରେ ଏକ ଖାଲରେ ଖସିପଡିଥିଲା | ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।
ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗାଡି କାଟ୍ରା ଜାମ୍ମୁ ଆଡ଼କୁ ଯାଉଥିଲା। ସମସ୍ତ ଭକ୍ତ ମା’ବୈଷ୍ଣଦେବୀଙ୍କ ଦର୍ଶନ ପାଇବା ପରେ ଘରକୁ ଫେରୁଥିବାବେଳେ ହଠାତ୍ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ୭ ବର୍ଷର ବାଳିକା ସମେତ ମୋଟ ୮ ଜଣ ଗାଡିରେ ଯାତ୍ରା କରୁଥିଲେ।
ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଏବଂ ଜେସିବି ସହାୟତାରେ ତଳେ ପୋତି ହୋଇଥିବା ଆହତ ଭକ୍ତମାନଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି।