କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ସ୍ଥିତ ତକ୍ଷଶିଳା ଇଣ୍ଟରନେସନାଲ ସ୍କୁଲର ଦଶମ ବାର୍ଷିକ ଉତ୍ସବ ନବ ଉର୍ଜା ମହାସମାରୋହରେ ପାଳନ ହୋଇଯାଇଛି ।






ଶିକ୍ଷାବିତ୍ ହରିପ୍ରସାଦ ମିଶ୍ରଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ,ମୁଖ୍ୟ ବକ୍ତା ଯୁବ ସଂଗଠକ ବିଭୁ ଭୁଷଣ ରାଉତ, ସ୍ୱତନ୍ତ୍ର ଅତିଥି ଭାବରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବ ସମାଜସେବୀ ସବ୍ୟସାଚୀ ବଳ ସାମନ୍ତ ସମ୍ମାନିତ ଅତିଥି ସଂସ୍କୃତି ସୁତ୍ରଧର ଅଖଣ୍ଡାନନ୍ଦ ସରସ୍ୱତୀ,ଆନନ୍ଦପୁର ପୂର୍ବତନ ବିଇଓ ଶରତ କୁମାର ରାଉତ ଙ୍କସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ନିର୍ଦ୍ଦେଶକ ଆକାଶ ରଥ ଅଭିଭାବକ ଙ୍କୁ ଶିକ୍ଷା ସମ୍ବନ୍ଧରେ ସମ୍ବୋଧନ କରିଥିଲେ ।ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବାବାଜୀ ଚରଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।
ଉକ୍ତ ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମିଶ୍ର,ବିଜୟ କୁମାର ସାହୁ ,ନକୁଳ ନାୟକ ,ରାଜେଶ ଜେନା ,ରୂପକ ସିଂ , ଅଭିନୟ ଅଧିକାରୀ , ସୁରଜ୍ ସମାନୀ ଓ ଶିକ୍ଷୟତ୍ରୀ ରଶ୍ମିତା ଚକ୍ର ,ପ୍ରଭାତୀ ଓଝା,ସସ୍ମିତା ଓଝା, କାବେରୀ ପାତ୍ର,ରଶ୍ମିତା ଖୁଣ୍ଟିଆ ପ୍ରଭାତୀ ଜେନା,ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।