ଟ୍ରକ ପଛ ରେ ପିଟିଲା ଟ୍ରକ

କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଗୋଟିଏ ଟ୍ରକ କୁ ପଛରୁ ପିଟିଲା ଟ୍ରକ୍ । ଡ୍ରାଇଭର ଜୀବନ୍ତ ଦଗ୍ୱ । ପୋଲିସ ଓ ଅଗ୍ନୀଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧ ଡ୍ରାଇଭର କୁ କଲେ ଉଦ୍ଧାର । ଘଟଣାଟି ଆଜି ଭୋର ୪ଟା ରେ ହୋଇଥିବା ଜଣା ପଡିଛି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ହୋଇଥିଲା ଦୁର୍ଘଟଣା । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଅନ୍ୟ ଟ୍ରକର ଡ୍ରାଇଭର ପଟ ଟି ପୁରା ନଷ୍ଟ ହୋଇଯାଇଥିଲା । କୌଣସି କାରଣରୁ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଜଣଙ୍କ ନ ବାହାରି ପାରି ଜୀବନ୍ତ ପୋଡ଼ି ଯାଇଥିଲେ ।

Leave a Reply

Your email address will not be published. Required fields are marked *