ଏଠି ବାପ ସମାନ ପାପୀ ଲୋକଟି ଚାକିରୀ କରିଛି ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଫିସର ଭାବେ ।

ସାଙ୍ଗ ଆରପାରିକୁ ଚାଲିଗଲା କିନ୍ତୁ ତା ଝିଅକୁ ନିଜ ଝିଅ ବୋଲି ଗ୍ରହଣ କଲା ଆଉ ଜଣେ ବନ୍ଧୁ । କିନ୍ତୁ ଝିଅ ସମାନ ନାବାଳିକାକୁ ମାସ ମାସ ଧରି ଦୁଷ୍କର୍ମ କରିଚାଲିଥିଲା ସଙ୍ଗରୁପି ସଇତାନ । ଆଉ ଏଠି ବାପ ସମାନ ପାପୀ ଲୋକଟି ଚାକିରୀ କରିଛି ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ ଅଫିସର ଭାବେ । ଏହି ଖବର ଜାଣିବା ପରେ ଦିଲ୍ଲୀ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନଷ୍ଟ ଚରିତ୍ର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କୃତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ ପାଇଁ ତାଙ୍କ ବାସ ଭବନରେ ପହଞ୍ଚିଛି ପୁଲିସ। ଅଭିଯୁକ୍ତ ସରକାରୀ କର୍ମଚୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ମଧ୍ୟ ପକ୍ସୋ ଆଇନ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। କାରଣ ପୀଡିତାଙ୍କ ଗର୍ଭପାତ କରାଇବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ ମେଡିସିନ୍ ଦେଉଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଦିଲ୍ଲୀ ଜଣେ ଅଧିକାରୀ। ତାଙ୍କ ସାଙ୍ଗର ମୃତ୍ୟୁ ଘଟିବା ପରେ ସାଙ୍ଗର ଝିଅକୁ ନିଜ ଘରକୁ ନେଇ ଆସିଥିଲେ। କିନ୍ତୁ ଲାଳନ ପାଳନ କରିବା ପରିବର୍ତ୍ତେ ତା’ ସହ ଘଟାଉଥିଲେ ପିଶାଚ କାଣ୍ଡ। ଏଥିରେ ସାଥ୍ ଦେଉଥିଲେ ତାଙ୍କ ପତ୍ନୀ। ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଅଧିକାରୀଙ୍କ ଘରେ ନଭେମ୍ବର ୨୦୨୦ ରୁ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରହିଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ ସରକାରୀ କର୍ମଚାରୀ। ନାବାଳିକା ଜଣକ ମଧ୍ୟ ଥରେ ଗର୍ଭବତୀ ହୋଇଥିଲେ। ଅଧିକାରୀଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ଆଲୋଡନ ଖେଳି ଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।