ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କୁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦ୍ଵୀପ । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ୱ ସୁଉଚ୍ଚ ଆକର୍ଷଣୀୟ ତୋରଣ ସାଙ୍ଗକୁ ଚଟପଟି ଖାଦ୍ୟ ଓ ଘର କରଣା ସାମଗ୍ରୀ ର ପସରାରେ ଫାଟି ପଡୁଛି ପାରାଦ୍ଵୀପ । ସାଂସ୍କୃତିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ଚଳିତ ବର୍ଷ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ପ୍ରବଳ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଭିନ୍ନ ଘରକରଣା ସାମଗ୍ରୀ, ଖେଳନା , ଦୋଳି ପ୍ରଭୃତି ସ୍ଥାନରେ ମଧ୍ୟ ଭିଡ ଜମିଥିଲା ।
କେତେକ ପୂଜା ମଣ୍ଡପରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଗଛର ଚାରା ବଣ୍ଟନ ମଧ୍ୟ କରାଯାଇଛି । ଗୋଟିଏ ସ୍ଥାନରେ ୨୬ ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ତୋରଣ ସାଙ୍ଗକୁ ଚଟପଟି ଖାଦ୍ୟ ଓ ଘରକରଣା ସାମଗ୍ରୀ ଚଳିତବର୍ଷ ର ପ୍ରଥମ ଦିନ ର ପୂଜାରେ ସାଧାରଣ ଲୋକଙ୍କୁ ବାନ୍ଧି ରଖିବା ସହିତ ସେମାନଙ୍କୁ ଆମୋଦିତ କରିଛି ।
ଆଠଦିନ ଧରି ଚାଲିବାକୁ ଥିବା ପାରାଦ୍ଵୀପ ର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ସହିତ ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତ୍ୟେକ ମଣ୍ଡପ ନିକଟରେ ପାଖାପାଖି ୧୦ ଜଣ ପୋଲିସ ଷ୍ଟାଫ୍ ନିୟୋଜିତ ହେବା ସହିତ ପକେଟ୍ ମାର ଓ ଛିତାଇ ରୋକିବା ପାଇଁ ସାଧା ପୋଷାକଧାରୀ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି ।
ଚଳିତ ବର୍ଷ ପ୍ରତ୍ୟେକ ମଣ୍ଡପ ନିକଟରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଛି ପ୍ରଶାସନ । ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।
ପାଗ ଭଲ ଥିବାରୁ ପ୍ରଥମ ଦିନର ଭିଡ଼ କୁ ନେଇ ଚଳିତବର୍ଷ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛନ୍ତି ଆୟୋଜକ କମିଟି । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସ୍ବେଛାସେବୀ ଓ ଅଗ୍ନି ନିର୍ବାପିତ ସରଞ୍ଜାମ ଗଛିତ ରଖାଯାଇଥିବା କମିଟି ପକ୍ଷରୁ କୁହାଯାଇଛି ।
ଗୋଟିଏ ପଟେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ତୋରଣ , ଭିତର ସାଜ ସଜ୍ଜା , ଲାଇଟ ପ୍ରଭୃତି କୁ ନେଇ ପୁରସ୍କାର ପ୍ରଦାନ କରାଯିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରର ଦୈନିକ ଲକ୍ଷାଧିକ ଲୋକଙ୍କ ସମାଙ୍ଗମ ହେବାର ଆକଳନ କରାଯାଇଛି ।