ଜୀବନ ହାରିବା ପରେ ଲିପିଙ୍କ ଆଖି ଦାନ କଲେ ପରିବାର ଲୋକେ

ଲିପିଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ସହ ଲିପିଙ୍କୁ ନାନା ନିର୍ଯାତନା ଦେଉଥିବା ଓ ଜୀବନ ହାରିବାକୁ ପ୍ରବର୍ତ୍ତାଇବା ସହ ବିଷ କିଣି ଦେଇଥିବା ଅଭିଯୋଗ ହୋଇଛି।

ପାରିବାରିକ କଳହରୁ ମହିଳାଙ୍କ ଚରମ ପଦକ୍ଷେପ। ବିଷ ପିଇବା ପରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇବାରେ ହୋଇଥିଲେ ବିଫଳ। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସ୍ୱାମୀଙ୍କ ବିରୋଧରେ ଆଣୁଛନ୍ତି ହତ୍ୟା ଅଭିଯୋଗ। ଏପରି ଘଟଣା ଘଟିଯାଇଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପଳାଶୁଣୀ ପ୍ରାଚୀ ବିହାର ଅଞ୍ଚଳରେ। ପ୍ରାଚୀ ବିହାରରେ ରହୁଥିବା ସୁଶାନ୍ତ ଜେନାଙ୍କ ୩୬ ବର୍ଷୀୟା ପତ୍ନୀ ଲିପି ବୁଧବାର କୌଣସି ବିଷାକ୍ତ ଜିନିଷ ଖାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସୁଶାନ୍ତ ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଠିକ ଥିବା ଡାକ୍ତର କହିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ରାତିରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସେପଟେ ଲିପିଙ୍କ ପରିବାର ପକ୍ଷରୁ ତାଙ୍କୁ ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ସହ ଲିପିଙ୍କୁ ନାନା ନିର୍ଯାତନା ଦେଉଥିବା ଓ ଜୀବନ ହାରିବାକୁ ପ୍ରବର୍ତ୍ତାଇବା ସହ ବିଷ କିଣି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାମୀ ସୁଶାନ୍ତ।

Leave a Reply

Your email address will not be published. Required fields are marked *