
ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ । ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଗତ ୨୦ ତାରିଖରୁ ନିଖୋଜ ହୋଇଥିବା ନାବାଳିକା ଙ୍କ ମୃତଦେହ ରବିବାର ବୁର୍ଲା ଥାନା ଅଶୋକ ନିବାସ ନିକଟ ଏକ ଜଙ୍ଗଲରୁ ଜବତ କରିଛି ପୋଲିସ । ମୃତ ନାବାଳିକାଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ମୁଣ୍ଡରେ ଆଘାତ ଦେଇ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅତାବିରା ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି । ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଟାଉନ ଥାନା ଆଇଆଇସି ସତ୍ୟଜିତ୍ କଣ୍ଡାନକେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ପୋଲିସ ବିଜୟୱାଡାରୁ ବରଗଡ ଅତାବିରା ର କାର୍ତ୍ତିକ ବାରିହାକୁ ଗିରଫ କରିଛି । କାର୍ତ୍ତିକ ଏ ଘଟଣା ଘଟାଇ ବିଜୟୱାଡା ଚାଲିଯାଇଥିଲା । ତେବେ ବରଗଡ ପୋଲିସ ଖବର ପାଇ ବିଜୟୱାଡାକୁ ଯାଇ ସେଠାରେ କାର୍ତ୍ତିକକୁ ଗିରଫ କରିଥିବା ଜଣାପଡିଛି ।