
ଛିଡୁନି ସେବାୟତଙ୍କ ବିବାଦ। ମକର ସଂକ୍ରାନ୍ତିରେ ଉପାସ ରହିଲେ ପ୍ରଭୁ ଲଙ୍ଗରାଜ । ପୁଣି ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଖବର ଅନୁଯାୟୀ ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ବିଭ୍ରାଟ ହୋଇଛି ନୀତି । ତେବେ ଗତକାଲି ରାତି ୮ ଟା ରୁ ଠାକୁରଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି । ଏବଂ ଦିଅଁ ଦକ୍ଷିଣ ଘରକୁ ମଧ୍ଯ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ କରାଯାଏ । ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାନ୍ତା । ହେଲେ ପୁନର୍ବାର ବଡୁ ସେବାୟତ ଏହି ନୀତିକୁ ଏକୁଟିଆ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ କୌଣସି ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ବସି ରହିଛନ୍ତି । ତେବେ ବାରମ୍ବାର ଏଭଳି ହେଉଛି କଣ ପାଇଁ ? ସେବାୟତଙ୍କ ପାଇଁ ଉପାସ ରହୁଛନ୍ତି ଭଗବାନ।

ତେବେ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ହୋଇଛି । ତେବେ ଦେଖାଯାଉ ଏମାନଙ୍କ ପାଇଁ କେତେବେଳେ ପ୍ରସାଦ ପାଇବେ ପ୍ରଭୁ ଲଙ୍ଗରାଜ ।