ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଏବଂ ତଡ଼ୁଆବାହାଳ ଅଞ୍ଚଳରେ ଥିବା ବିଭିନ୍ନ ଚୋରା ମଦ ରନ୍ଧା ଭାଟିରେ ଏପିଆର୍, ପୋଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଛି । ଚଢାଉ ସମୟରେ ମୋଟ ୧୯ କ୍ଵିଣ୍ଟାଲ ମହୁଲ ପୋଚ ଓ ୧ କ୍ଵିଣ୍ଟାଲ ୭୫୦ କେ.ଜି ମହୁଲି ମଦକୁ ଠାବ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।
ଏଥି ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ୩ ଟି ପୃଥକ ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।