ସ୍ୱାଧୀନତା ଦିବସକୁ ଆଖି ଆଗରେ ରଖି ସାରା ଦେଶରେ ଆରମ୍ଭ ହୋଇଛି ହର ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏହି ଅବସରରେ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ।
ସ୍ଥାନୀୟ ଶିବଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ରାଲି ଚାନ୍ଦବାଲି ବଜାର ପରିକ୍ରମା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଏନ ଏ ସି ଅଧିକାରୀ ଆଭାସ ପାଣିଗ୍ରାହୀଙ୍କ ସମେତ ଏନ ଏ ସି ଅଫିସର ସମସ୍ତ କର୍ମଚାରୀ, କାଉନସିଲର, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।