ଚମ୍ପୁଆରେ ପୋଲିସ ଏନ୍କାଉଣ୍ଟର: ୩୦ରୁ ଅଧିକ ମାମଲାର ଅଭିଯୁକ୍ତ ନାଫିସ୍ ଆହତ

ବେଡ଼ ରେ ଆହାତ ହୋଇ ଶୋଇଥିବା ଏ ବାଳକଟିର ମୁହଁ କୁ ଟିକେ ଦେଖନ୍ତୁ ମୁହଁ ରୁ କେତେ ନିରୀହ ଲାଗୁଛି , ହେଲେ ତା ମୁହଁ ର ସରଳତା କୁ ଆପଣ ଦେଖନ୍ତୁ ନାହିଁ ଏହି ସରଳତା ପଛରେ ଲୁଚି ରହିଛି ଏକ ବଡ ଅପରାଧିକ ଚେହେରା । ଯାହା ନାଁ ରେ ରହିଛି ଓଡ଼ିଶା ର ବିଭିନ୍ନ ଥାନାରେ ୩୦ ରୁ ଉର୍ଦ୍ଦ ଅପରାଧିକ ମାମଲା । ଏହି ସରଳତାର ସୁଯୋଗ ନେଇ ପୋଲିସ ଉପରକୁ କରିଛି ଦୁଇ ରାଉଣ୍ଡ ଗୁଳି ଚାଳନା ।

ପ୍ରତି ବଦଳରେ ଚମ୍ପୁଆ ପୋଲିସ ର ଏନକାଉଣ୍ଟର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଚୋରୀ କରୁଥିବା ମାମଲାରେ ଗିରଫ ଅଭିଯୁକ୍ତ ମହମ୍ମଦ ନାଫିସ କୁ ଇନକାଉଣ୍ଟର କରିଛି ଚମ୍ପୁଆ ପୋଲିସ । ନାଫିସ କୁ ଗତକାଲି ଝାଡ଼ଖଣ୍ଡ ର ମଝିଗାଁ ରୁ ଗିରଫ କରାଯାଇଥିଲା । ଗିରଫ ପରେ ଚୋରୀ ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଚୋରୀ ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ। ଗିରଫ ପରେ ଆଜି ଭୋରରୁ ନାଫିସ ପତଳା ଜଙ୍ଗଲ କୁ ନିଆଯାଇଥିଲା । ଚୋରୀ ସାମଗ୍ରୀ ଦେଖାଇବା ବେଳେ ସେଠାରେ ପୂର୍ବରୁ ଲୁଚାଇ ରଖିଥିବା ବନ୍ଧୁକରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ପୋଲିସ । ତାର ଡାହାଣ ଗୋଡରେ ଗୁଳି ବାଜିଛି ।


ତାଠାରୁ ଗୋଟିଏ ପିସ୍ତଲ ଓ ଏକ ମୋବାଇଲ ଜବତ କରିଛି ପୋଲିସ। ନାଫିସ୍ ନାଁରେ ତିରିଶରୁ ଉର୍ଦ୍ଦ ଚୋରି ମାମଲା ରହିଛି । ଝାରଖଣ୍ଡ ର ଦୁର୍ଦ୍ଦାନ୍ତ ଅପରାଧୀ ଏମଡି ନାଫିସ୍ ନାଁରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ତିରିଶରୁ ଉର୍ଦ୍ଦ ଚୋରି ମାମଲା ରହିଛି।ପ୍ରଥମେ ତାକୁ ଚମ୍ପୁଆ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି ।ଏଠାରେ ସୁଚନା ଯୋଗ୍ୟ ଯେ ଏହା ହେଉଚି କେନ୍ଦୁଝର ପୋଲିସର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତୃତୀୟ ଏନ୍କାଉଣ୍ଟର୍ ପ୍ରଥମେ ବଡ଼ବିଲ, ଏହାପରେ ସଦର ଅଞ୍ଚଳରେ ଏବଂ ଆଜି ଚମ୍ପୁଆ ଅଞ୍ଚଳରେ ଏହି ପରୀ ତିନୋଟି ସମୟରେ ତିନୋଟି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବର୍ତ୍ତମାନ ପୋଲିସ ଏନ୍କାଉଣ୍ଟର୍ କରିଛି।ଏବଂ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଏହା ଏକ ସତର୍କ ସୂଚନା କେନ୍ଦୁଝର ପୋଲିସ ବର୍ତ୍ତମାନ ସଜାଗ ହୋଇଉଠିଛି ଆଉ ଅପରାଧୀଙ୍କୁ ଜିଲ୍ଲାରେ ସ୍ଥାନ ନାହିଁ।ଏ ମଧ୍ୟ ସନ୍ଦେଶ ଅପରାଧୀମାନଙ୍କୁ ପୋଲିସ ଦେଇଛି।ସୁଧିରି ଯାଅ ନଚେତ ସୁଧାରି ଦେବୁ ନିତି ଅବଲମ୍ବନ କରିଛି କେନ୍ଦୁଝର ପୋଲିସ ।