ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନିତୀ

ରାଜନଗର ବ୍ଲକ ଈଶ୍ୱରପୁର ପଂଚାୟତ ଜୁନୁସ ନଗର ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ର ମହା ଦୁର୍ନିତୀ ବିନା ଫଳକରେ କାଦୁଅ ରାସ୍ତା ଉପରେ ସିମେଣ୍ଟ ବାଲିର ଢଳେଇ ଢାଳି ଲକ୍ଷାଧିକ ଟଙ୍କା ହରିଲୁଟି କରିବାକୁ କରିଛି ବଡ ଯୋଜନା। ସୂଚନା ଅନୁଯାୟୀ ଈଶ୍ୱରପୁର ପଂଚାୟତ ଜୁନୁସ ନଗରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି, ହେଲେ ସେହି ରାସ୍ତାର ଲମ୍ବ ଏବଂ ଓସାର କେତେ, ଉଚ୍ଚତା କେତେ ଓ କେତେ ଅଟକଳ ମୂଲ୍ୟ ତାହାର କୌଣସି ତଥ୍ୟ ନାହିଁ ଅର୍ଥାତ ବିନା ଫଳକରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ବିନା ଜେଇ ଓ ଏସଡିଓଙ୍କ ଉପସ୍ଥିତରେ ଏହି ରାସ୍ତା ନିର୍ମାଣ ଚାଲିଛି । କଣ୍ଟ୍ରାକ୍ଟର ଓ ସୁପର ଭାଇଜରଙ୍କ ଇଙ୍ଗିତରେ ନିମ୍ନମାନର ରାସ୍ତା ତିଆରି ହେଉଛି। ଯେଉଁ କଂକ୍ରିଟ ରାସ୍ତା ନିର୍ମାଣ ହେଉଛି ତାହା ପୁଣି ବିନା ମେଣ୍ଟାଲରେ ଓ କାଦୁଅ ରାସ୍ତା ଉପରେ। ରାସ୍ତା କଡ଼ରେ କୌଣସି ସେଫ୍ ଗାର୍ଡ ଦିଆଯାଇନାହିଁ କିମ୍ବା କଂକ୍ରିଟ ରାସ୍ତା ତଳେ ମେଣ୍ଟାଲ୍ ମଧ୍ୟ ଦିଆଯାଇନାହିଁ। ରାସ୍ତାର ଦୁଇ ପ୍ରାନ୍ତର ଉଚ୍ଚତା ସମାନ ମଧ୍ୟ ନାହିଁ, ରାସ୍ତାର ଗୋଟିଏ ପ୍ରାନ୍ତର ଉଚ୍ଚତା ୮ ଇଞ୍ଚ୍ ଥିବା ବେଳେ ଅନ୍ୟ ପ୍ରାନ୍ତର ଉଚ୍ଚତା ୭ ଇଞ୍ଚ୍ ରହିଥିବାର ନଜର ଆସିଛି।

କଥାଟା ଖାଲି ଏତିକି ଶେଷ ହୋଇନାହିଁ ଯେଉଁ ପରିମାଣରେ ଢ଼ଳେଇରେ ବାଲି ଓ ସିମେଣ୍ଟ ମିଶିବା କଥା ତାହା ନକହିବା ଭଲ, ସିମେଣ୍ଟ ଭାଗ କମ୍ ଥିବା ବେଳେ ବାଲିର ଭାଗମାପ କଥା ଛାଡ଼, ପୁଣି ଏଥିରେ ଏକ ପ୍ରକାର ବାଲି ଦ୍ୱାରା ଏହି କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାର ନଜର ଆସିଛି। ଲୋକଙ୍କ ଅଭିଯୋଗ ଅନୁଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ସମୀର କୁମାର ବେହେରାଙ୍କ ନିର୍ଦେଶରେ କଣ୍ଟ୍ରାକ୍ଟର ଏଭଳି ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବାର ଯୋଜନା କରିଛି।

ଏହି ଟଙ୍କାରୁ କିଛି ଜେଇ ସମୀର କୁମାର ବେହେରାଙ୍କ ପକେଟକୁ ଯାଉଥିବା ବେଳେ ଆଉ କିଛି କଣ୍ଟ୍ରାକ୍ଟର ପାଖକୁ । ଲୋକ କଲ୍ୟାଣ ହେଉ କିମ୍ବା ନ ହେଉ। ଏହା ଆଜି କି କାଲି ନୁହେଁ ବରଂ ଉପାନ୍ତ ଅଂଚଳର ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ ବାରମ୍ବାର ନିମ୍ନ ମାନର କାର୍ଯ୍ୟ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ସମୀର କୁମାର ବେହେରା ଓ ଏସଡ଼ିଓ ସୁବାସ ସାହୁ କୋଟି କୋଟି ଟଙ୍କା ହରିଲୁଟ କରିଥିବାର ଅଭିଯୋଗ ମଧ୍ୟ ହୋଇଛି।

ତେବେ ବାରମ୍ବାର ହରିଲୁଟ କରୁଥିବା ଏହି ବିଭାଗର ଜେଇ ଓ ଏସଡ଼ିଓଙ୍କ ଉପରେ ମୋହନ ସରକାରଙ୍କ ଛାଟ ନବାଜିବାରୁ ଏହି ବିଭାଗ ଦୁର୍ନୀତିର ସୀମା ପାର କରି ସାରିଛି। ଯଦି ଆଗାମୀ ଦିନରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସରକାର ଙ୍କ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟିଯିବ।