ବରଗଡ଼ : ବରଗଡ଼ ଜିଲ୍ଲା ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଆକାଂକ୍ଷା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ଜୋନର ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଓ ବରଗଡ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଧୀରୋଜ କୁମାର ପଟ୍ଟନାୟକର ଏହି ଉତ୍ସବରେ ଯୋଗଦେଇଥିଲେ l

ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ଜୟ କେତନ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସରତ କାଲୋ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜୟ କୁମାର ସାହୁ ଓ ଶ୍ରୀଯୁକ୍ତ ଧବଳେଶ୍ଵର ବରିହା, ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ସ୍ଥାନୀୟ କ୍ଳଷ୍ଟର ସି ଆର୍ ସି ସି କିଶୋର କୁମାର ଯୋଷୀ, ସ୍କୁଲ ପରିଚାଳନା କମିଟିର ସଭ୍ଯ ତ୍ରିଲୋଚନ ପଣ୍ଡା ଯୋଗ ଦେଇଥିଲେ l

ଉଦଘାଟନୀ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା ସଭାପତିତ୍ବ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ରଞ୍ଜନ କୁମାର ପଣ୍ଡା ଯୋଗ ଦେଇଥିଲେ l ସ୍ନିଗ୍ଧାରାଣୀ ଦାଶ, ଅସ୍ମିତା ପ୍ରିୟଦର୍ଶିନୀ, ଥବିର ଶିଖା ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରି ସାଫଲ୍ୟ କରିଥିଲେ l ଏହି ଅବସରରେ ଏହି ସ୍କୁଲର ପୁରାତନ ଛାତ୍ର ସୁନୀଲ କୁମାର ପୁରୋହିତଙ୍କୁ ଶ୍ରେଷ୍ଠ ଆଲୁମିନି ପୁରସ୍କାର ଓ ଡାକ୍ତର ସତୀଶ କୁମାର ଯୋଷୀକୁ ସମ୍ମାନିତ କରାଯାଇଥିଲା l