
ଦେଶ ପ୍ରତିବର୍ଷ ଫେବୃଆରୀ ୪ରେ ବିଶ୍ୱ କର୍କଟ ଦିବସ ପାଳନ କରୁଛି | କର୍କଟ ବିଷୟରେ ସଚେତନତା, ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସମୟୋପଯୁକ୍ତ ଚିକିତ୍ସା ପ୍ରଦାନ ନେଇ ଲୋକମାନଙ୍କ ମଧ୍ୟରେ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ | ଚଳିତ ବର୍ଷର ଥିମ୍ United by Unique, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍କଟ ସହ ଲଢ଼େଇର ଅଲଗା ଯାତ୍ରାକୁ ଉଦ୍ଭାସିତ କରେ |
ଭାରତରେ କ୍ୟାନ୍ସରର ସ୍ଥିତି ଦିନକୁ ଦିନ ଚିନ୍ତା ବଡୁଛି | ପ୍ରତିବର୍ଷ ୧୫ ଲକ୍ଷରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି ଓ ୨୦୩୦ ସୁଦ୍ଧା ଏହି ସଂଖ୍ୟା ୨୦ ଲକ୍ଷ ଟପିବାର ଆଶଙ୍କା କରାଯାଉଛି | ମାତ୍ର ୨୯% ରୋଗୀ ପ୍ରାଥମିକ ସ୍ତରରେ ଚିହ୍ନଟ ହେଉଥିବାରୁ ଚିକିତ୍ସା ଜଟିଳ ହେଉଛି | ତମାଖୁ ସେବନ ୩୩% କର୍କଟର ପ୍ରମୁଖ କାରଣ ବୋଲି ଅଭିଯୋଗ, ସହ ପ୍ରଦୂଷଣ, ମେଦବହୁଳତା ଓ ଅସୁସ୍ଥ ଜୀବନଶୈଳୀ ମଧ୍ୟ ମୂଳ କାରକ |
ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭାଇକାଲ୍ କ୍ୟାନ୍ସର, ପୁରୁଷମାନଙ୍କ ମଧ୍ୟରେ ମୁଖ ଓ ଫୁସଫୁସ କ୍ୟାନ୍ସର ଅଧିକ ଦେଖାଯାଉଛି | ବିଶେଷଜ୍ଞମାନେ କହିବା ଅନୁସାରେ ତମାଖୁ ଓ ନିଶାଦ୍ରବ୍ୟ ବର୍ଜନ, ସୁସ୍ଥ ଖାଦ୍ୟ, ବ୍ୟାୟାମ ଓ ନିୟମିତ ସ୍ୱାସ୍ଥ୍ୟ ସ୍କ୍ରିନିଂ ହେଉଛି ପ୍ରତିରୋଧର ମୁଖ୍ୟ ଉପାୟ |