
ଆଜିକାଲି ବଜାରକୁ ଯାହା ଆସିଲା ସବୁ ନକଲି ବା ଭେଜାଲ ସେ ଘରର ରାସନ ହେଉ ଅବା ହାଟରୁ ମିଳୁଥିବା ପନିପରିବା ଏମିତିକି ପ୍ୟାକେଟ ମିଳୁଥିବା କ୍ଷୀର ମଧ୍ୟ ଏଥିରୁ ବାଦପଡ଼ିନି I ସେଥିପାଇଁ ସାଧାରଣତଃ ସମସ୍ତେ କ୍ଷୀର ପାଇଁ ସକାଳୁ ଭିଡ଼ ଲଗାଇଥାନ୍ତି କାହିଁକିନା ନଗଦ ଓ ଫ୍ରେସ କ୍ଷୀର ସେମାନେ ପାଇଥାନ୍ତି I ହେଲେ ଏବେ କ୍ଷୀର ବ୍ୟବସାୟୀ ମଧ୍ୟ ଗାଁରୁ ନେଇ ସହର ଆଡେ ଯେତେବେଳେ ଯା’ନ୍ତି ବିକିବାକୁ କାରଣ ଫ୍ରେସ କ୍ଷୀର ସହରରେ ଡିମାଣ୍ଡ ସହିତ ଭଲ ଦୁଇ ପଇସା ମିଳିଯିବା ଆଶାରେ Iହେଲେ ଏମିତି କିଛି ବ୍ୟବସାୟୀ ଅଛନ୍ତି ଯେଉଁମାନେ ଘରୁ ବା ବାଟରେ କେଉଁଠି ଗାଡ଼ିଆ ବା ନଦୀ ମିଳିଯାଏ ତେବେ ସେମାନେ ସେଇଠି କ୍ଷୀରରେ ପାଣି ମିଶିବାକୁ ଭୁଲନ୍ତି ନାହିଁ I
ଏମିତି ଏକ ଭେଜାଲ କରୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି I ଜଣେ କ୍ଷୀର ବ୍ୟବସାୟୀ ଗାଁରୁ ସହରକୁ କ୍ଷୀର ନେଇ ବାଇକରେ ଯିବାବେଳେ ବାଟରେ ଗାଡି ରଖି ନଦୀଘାଟରୁ ପାଣି ଆଣି କ୍ଷୀରରେ ମିଶାଉଥିଲା । ଏହି ସମୟର ତା’ ଉପରେ ପଡିଥିଲା ମର୍ଣ୍ଣିଙ୍ଗ ୱାକରେ ଯାଉଥିବା ଜିଲ୍ଲାପାଳଙ୍କ ନଜର । ଜିଲ୍ଲାପାଳ ତୁରନ୍ତ ନିଜ ମୋବାଇଲରେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଏବେ ଏହି ଭିଡିଓ ଭାଇରରାଲ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ ।
ସୂଚନା ମୁତାବକ, ମଧ୍ୟପ୍ରଦେଶ ସ୍ୟୋପୁର ସହର ନିକଟ ଦେଇ ବହିଯାଉଛି ମୋର୍ଣ୍ଡଙ୍ଗ୍ରୀ ନଦୀ । ଏହିପଟ ଦେଇ ଯାଉଥିବା ଜଣେ କ୍ଷୀର ବ୍ୟବସାୟୀ ବାଇକରେ ଯାଉଥିବାବେଳେ ଏହି ନଦୀ କୂଳରେ ଅଟକିଥିଲା ଏବଂ ନଈ ପାଣି ଆଣି ସବୁ କ୍ଷୀର କ୍ୟାନରେ ମିଶାଇଥିଲା । ସେହି ପଟ ଦେଇ ମର୍ଣ୍ଣିୱାକରେ ଯାଉଥିଲେ ସ୍ୟୋପୁର ଜିଲ୍ଲାପାଳ ସଞ୍ଜୟ କୁମାର । କ୍ଷୀରରେ ପାଣି ମିଶାଇବାର ସବୁ ଫଟୋ ମୋବାଇଲେରେ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କେବଳ ଏତିକି ନୁହେଁ କ୍ଷୀର ବାଲାକୁ ଆଗକୁ ଏଭଳି ନକରିବାକୁ ତାଗିଦ ମଧ୍ୟ କରିଥିଲେ ।