କୋରାପୁଟରେ ମ୍ୟାଲେରିଆ ଆତଙ୍କ

କୋରାପୁଟ ଜିଲ୍ଲାରେ କାୟା ବଢ଼ାଉଛି ମ୍ୟାଲେରିଆ। ରାଜ୍ୟର ମ୍ୟାଲେରିଆ ପ୍ରବଣ ଜିଲ୍ଲା ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଗତଦୁଇ ବର୍ଷ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ସର୍ବାଧିକ ଆକ୍ରାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ବର୍ଷରେ ଜିଲ୍ଲାରୁ କେହି କେହି ମ୍ୟାଲେରିଆରେ ମୃତ୍ୟୁବରଣ କରିନଥିଲେ ସୁଦ୍ଧା ୧୫ ହଜାର ୩୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ନିୟନ୍ତ୍ରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ମଶାରି ବିତରଣ କରାଯାଉଛି ।

୨୦୨୩ ରେ ଜିଲ୍ଲାର ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୫ଲକ୍ଷ ୪୩ହଜାର ୮୦ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସେଥିରୁ ୭୦୦୭ ନମୁନା ପଜିଟିଭ୍ ବାହାରିଥିଲା । ଗତବର୍ଷ ଜିଲ୍ଲାରୁ ୮୩୧୯ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ବନ୍ଧୁଗାଁ ବ୍ଲକ୍ ରେ ସର୍ବାଧିକ ୧୯୦୮ ଜଣ ଆକ୍ରାନ୍ତ ହୋଇଥିଲେ । ଏହା ତଳକୁ ନାରାୟଣପାଟଣା ବ୍ଲକ୍ ରେ ୧୬୨୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

ମ୍ୟାଲେରିଆ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ୧୦ଲକ୍ଷ ମଶାରି ପୁନର୍ବାର ବଣ୍ଟନ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହାରି ମଧ୍ୟରେ ୭ଲକ୍ଷ ମଶାରି ଆସିଥିବା ବେଳେ ବିତରଣ ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *