
କୋଟିପତି ହେବା ନିଶା ଜଣକୁ ସର୍ବସ୍ବାନ୍ତ କରି ଦେବ ଏହି ଖବର ହିଁ ଜ୍ୱଳନ୍ତ ଉଦାହରଣ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ତେଘରି ଗ୍ରାମର ସୌରଜିତ ରାୟ ଅନଲାଇନ୍ ରେ ଗେମ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜୁପି ଲୁଡ ଖେଳି ୫ ଲକ୍ଷ ରୁ ଅଧିକ ଟଙ୍କା ହରାଇଥିବା ଜଣାପଡିଛି । ଏତେ ଗୁଡ଼ାଏ ଟଙ୍କା ହରାଇବା ପରେ ସେ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ । ପୂର୍ବରୁ ବହୁ ବାର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଆଜି ସକାଳୁ ନିଜକୁ ଛୁରୀ ରେ ବାରମ୍ବାର ହାତ ଓ ବେକ କୁ କାଟିଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି କରିଛନ୍ତି । ଅବସ୍ଥା ସଙ୍କଟପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତରିତ । ତେବେ ସୌରଜିତ ରାୟ ଜଣେ ଘୋରୋଇ ଟିଉସନ ଶିକ୍ଷକ ଥିବା ଜଣାପଡ଼ିଛି ।