କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ସମ୍ବଲପୁର ଡିଭିଜନର ସି ଆଇ ସତ୍ୟବ୍ରତ ସେଠ ଙ୍କ ସହ କେସିଙ୍ଗା ବିଜେପି କର୍ମୀ ଓ ରେଳ ଯାତ୍ରୀ ସଂଘ ର କାର୍ଯ୍ୟକର୍ତା ଙ୍କ ମଧ୍ୟରେ ଏକ ବୈଠକ ଆୟୋଜିତ ହୋଇଥିଲା | ତେବେ ପୂର୍ବରୁ ୨୯ ଅଗଷ୍ଟରେ ଭୁବନେଶ୍ୱର ଠାରେ ହୋଇଥିବା ଜେଡ ଆରସିସି ବୈଠକ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ କେସିଙ୍ଗା ରେଲୱେ ଷ୍ଟେସନ ର ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା କରିଥିଲେ | ସେହିପରି ଏହି ବୈଠକ ରେ ପ୍ଲାଟଫର୍ମ ୦୪ ରେ ଆଗରୁ ୬ ଗୋଟି ଟ୍ରେନ ରହୁଣି ଵୈବସ୍ଥା ଥିଲାବେଳେ ଆଉ ୪ଟି ଟ୍ରେନ ରହଣି ପାଇଁ ଅନୁରୋଧ କରାଯାଇଥିଲା | ଏବଂ ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ ,୧୮୫୩୦ ବିଶାଖାପାଟମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଅଲଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡି ର ରହଣି ପ୍ଲଟଫର୍ମ ୦୪ ରେ ଵୈବସ୍ଥା କରିବା ପାଇଁ ଯଥା ଶୀଘ୍ର ୧୦ ଗୋଟି ଗାଡି ର ପ୍ଲାଟଫର୍ମ ନମ୍ବର ୪ ରେ ରହଣି ପାଇଁ ବ୍ୟବସ୍ଥା କରାଯିବ ବୋଲି ସି ଆଇ ଆଶ୍ଵାସନ ଦେଇଥିଲେ | ସମ୍ବଲପୁର ରେଲୱେ ଡିଭିଜନ ସି ଆଇ ଙ୍କ ସହ ଏହି ବୈଠକ ରେ କେସିଙ୍ଗା ସି ଆଇ ରୋହିତ ମହାଲିଙ୍ଗ, ଏସ ଏମ ଡି କେ ରାଉତ ,ପୂର୍ବତନ ସଭାପତି ମଗନ ସିନ୍ଦୁର ,ପ୍ରଶାନ୍ତ ବାନାର୍ଜୀ ,ଉପ ସଭାପତି ପ୍ରିତେଶ ପଟେଲ, ସୁନୀଲ ଜୈନ,ଓ ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ |