କେସିଙ୍ଗା ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ରେ ରବିବାର ସ୍ୱାୟତ୍ତ ଶାସନ ଦିବସ ଅବସରରେ ନଗରପାଳ ନୃପରାଜ ଯାଦବ ଙ୍କ ନେତୃତ୍ୱ ରେ ସ୍ଥାନୀୟ କଲ୍ୟାଣୀ ମଣ୍ଡପ ରେ ପାଳିତ ହୋଇଥିଲା | ଏନଏସି ର ସମସ୍ତ କାଉନସିଲର ଙ୍କ ଉପସ୍ଥିତି ରେ ଦୀପ ପ୍ରଜ୍ୱଳନ ହୋଇଥିଲା |ପରେ ସମସ୍ତ କାଉନସିଲର ଙ୍କୁ ସ୍ୱାଗତ କରିଥିଲେ |ଏବଂ ସହର ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଆଗେଇ ନେବାପାଇଁ ମଞ୍ଚ ଉପରେ ନଗର ପାଳ ନୃପରାଜ ଯାଦବ ଏକ ବିବରଣୀ ପାଠ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେଵୀ ଥିବା ବେଳେ ପୂର୍ବ ସାଂସଦ ଅର୍କକେଶରୀ ଦେଓ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ପ୍ରମୁଖ ଉପସ୍ଥିତ ଥିଲେ |ଏହି ଅବସରରେ ୭ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କୁ ଆଦେଶ ନାମା ପତ୍ର ପ୍ରଦାନ, ସହ ସହର ରେ ନିର୍ମିତ କଂସେଇ ଖାନା,ଏବଂ କିଛି ଗୋଷ୍ଠୀ କେନ୍ଦ୍ର କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଉଦଘାଟନ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବାଇପାସ ସମ୍ପର୍କ ରେମନ୍ତ୍ରୀ ନିତିନ ଗଡ଼କରୀ ଙ୍କ ଆଲୋଚନା ହୋଇଥିବା ସହ, କେସିଙ୍ଗା ରୁ ସିଧା ସଳଖ ଭୁବନେଶ୍ୱର କୁ ଟ୍ରେନ ଚଳାଚଳ ଏବଂ ସହର ରେ ଟେକ୍ସଷ୍ଟାଇଲ ଇଣ୍ଡରଷ୍ଟ୍ରିଆଲ ସ୍ଥାପନ ପ୍ରଚେଷ୍ଟା ଜାରିରହିଛି ବୋଲି ସାଂସଦ ମାଲବିକା ଦେଵୀ ନିଜର ଅଭିଭାଷଣ ରେ କହିଥିଲେ | ପରେ ଶେଷରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |