
ଓଡ଼ିଶାରେ ଝାଡ଼ାବାନ୍ତି ରୋଗ ଉପରମୁହାଁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । କୁଆଖିଆ ବଜାର ଏବଂ ଏହାର ଆଖପାଖ ଗାରେ ଥୁବା ଛୋଟଛୋଟ ବଜାରରେ ହୋଟେଲ୍ ଏବଂ ଜଳଖିଆ ଦୋକାନ ମାନଙ୍କରେ ବାସିଖାଦ୍ୟ ସୋଲ ପ୍ଲେଟରେ ପରିବେଶଣ ହେଉଛି । ପଚା ଶଢ଼ା ଏବଂ ଦୁର୍ଗନ୍ଧ ପରିବେଶରେ ରୋଷେଇ କାର୍ଯ୍ୟ କରାଯାଇ ତାହାକୁ ବିକ୍ରି କରାଯାଉଛି ।

ଝାଡ଼ାବାନ୍ତି ବ୍ୟାପିବାର ଖବର ପାଇ ଆଜି କେନ୍ଦ୍ରୀୟ କ୍କାଲିଟୀ ଆସ୍ଵରାନ ଦଳ କୁଆଖିଅ। ଏବଂ ହରିପୁର ବଜାରର ବିଭିନ୍ନ ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଚଢ଼ାଉକରି ପାଣି ଓ ଦହିବରା ଏବଂ ମିଠାର ନମୁନା ପରିକ୍ଷା ନିମନ୍ତେ ସଂଗ୍ରହ କରିଛି । ଭୟରେ ଅନେକ ଜଳଖିଆ ଦୋକାନ ଓ ହୋଟେଲ ବନ୍ଦରହିଛି। ପନ୍ଦର ଦିନ ପର୍ଯ୍ୟନ୍ତ ସବୁ ହୋଟେଲ ବନ୍ଦ୍ ରହିବ ବୋଲି ସୂଚନା ଦିଆଯାଇଛି।