କୁଳିଆମାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ )ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଭବାନୀପାଟଣା ସଦର ଅଧୀନ କୁଳିଆମାଳ ପଞ୍ଚାୟତ ରେ ବୁଧବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଙ୍କ ନେତୃତ୍ୱ ରେ ” ଏକ ପେଡ ମା କେ ନାମ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ କୁଳିଆମାଳ ସରପଞ୍ଚ ଯାମିନୀ ସାହୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କୁ ଆଦର ସହିତ ସ୍ୱାଗତ କରି ପାଛୋଟି ନେଇଥିଲେ |

ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲାଗିଥିବା ବେଳେ ଏକ ଗ୍ରୀନ କଳାହାଣ୍ଡି କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ |

ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, କୁଳିଆମାଲ ସରପଞ୍ଚ ଯାମିନୀ ସାହୁ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ହୃଷିକେଶ ନାଏକ, ଏବିଇଓ ଜୟ କୁମାର ମୁଣ୍ଡ, ଏବିଇଓ ଜଗଦୀଶ କୁମାର ମୁଣ୍ଡ, ସିଆରସିସି, ଛାତ୍ରଛାତ୍ରୀ, ଏସଏଚଜି ମହିଳା ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ ନିର୍ବାହୀ ଅଧିକାରୀ ଶରତ ସାହୁ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ଆଖପାଖ ଅଞ୍ଚଳ ର ବହୁ ଲୋକ ସାମିଲ ଥିଲେ |