କୁଣ୍ଡାବନ୍ଧ ସମଲେଶ୍ୱରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ କିକିଆ କ୍ଲଷ୍ଟର ଅଧୀନ କୁଣ୍ଡାବନ୍ଧ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସି ଆର ସି ସି ଡୋଲାମଣୀ ମାଝୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ ଙ୍କ ସଭାପତିତ୍ବରେ ଗୁରୁବାର କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କୁଣ୍ଡାବନ୍ଧ ସରପଞ୍ଚ ରୋଜୀ ପଧାନ, ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିପିନ ବିହାରୀ ପଧାନ, ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ, ସୁବାଷ ପଧାନ, ରାମଚନ୍ଦ୍ର ପଧାନ, ନରୋତ୍ତମଃ ବିଶି, ଓ କିକିଆ ସରପଞ୍ଚ କିଶୋର ପଧାନ ପ୍ରମୁଖ ମଞ୍ଚାସିନ ଥିଲେ | କିକିଆ କ୍ଲଷ୍ଟର ର 14 ଟି ସ୍କୁଲ ଏଥିରେ ଅଂଶ ଗ୍ରହଣ କରିଥିଲେ |

ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କିକିଆ କ୍ଲଷ୍ଟର ର 14 ଗୋଟି ସ୍କୁଲ ର ଅନେକାଂଶ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏଥିରେ ମଞ୍ଚ ପରିଚାଳନା ଶିକ୍ଷକ ଅବନୀ ରଞ୍ଜନ ପଧାନ,ଏବଂ ବିଶେଷ ସହଯୋଗ କରିଥିଲେ ଶିକ୍ଷକ ବିନୋଦ ବାଗ, ସୁଜିତ ବୁଦ୍ଧିଆ, ଦିଲ୍ଲୀପ ପଧାନ, ପ୍ରକାଶ ପଧାନ, ସରୋଜ ଦାସ,ଶିକ୍ଷୟିତ୍ରୀ ରଞ୍ଜିତା ନାଏକ | ଧନ୍ୟବାଦ ଅର୍ପଣ କରିଥିଲେ ସ୍କୁଲ ପରିଚାଳନା କମିଟି ସଭାପତି କେଶବ ବୁଶ୍ୱାଳ |