କୁକୁର ପ୍ରେମୀଙ୍କୁ ସୁପ୍ରିମ ଝଟକା: ରାସ୍ତାରେ ଖାଇବା ଦେଲେ ହେବ ଆକ୍ସନ”

ଆପଣ କଣ କୁକୁରଙ୍କୁ ଭଲ ପାଆନ୍ତି କି ,
ରାସ୍ତା ଉପରେ କୁକୁର ଙ୍କୁ ଦେଖିଲେ ଖାଇବାକୁ ଦିଅନ୍ତି କି ,
ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ ,କାରଣ ଏଣିକି କୁକୁରଙ୍କୁ ଖାଇବାକୁ ଦେବା ମନା – ଦେଲେ ହେବ କଡା ଆକ୍ସନ !
କୁକୁର ପ୍ରେମୀ ଙ୍କୁ ଲାଗିଛି ସୁପ୍ରିମ ଝଟକା !

ବୁଲା କୁକୁର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ସମସ୍ତ ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ କୁକୁର କାମୁଡ଼ା ଘଟଣା ଓ ଏଥିରେ ହେଉଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ସମ୍ପୃକ୍ତ ରାଜ୍ୟ ଉପରେ ଭାରୀ କ୍ଷତିପୂରଣ ଲଗାଯାଇପାରେ।
ଏହା ସହ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, କୁକୁର ଆକ୍ରମଣ ଯୋଗୁଁ ଯଦି କାହାର ଜୀବନ ବ୍ୟାପୀ ପ୍ରଭାବ ପଡୁଛି, ତେବେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ନିଆଯିବ | ଏପରିକି
ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଆନିମଲ୍ ବାର୍ଥ କଣ୍ଟ୍ରୋଲ’ ନିୟମ ଲାଗୁ କରିବାରେ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି । ଯାହାଫଳରେ ଏମିତି ଅସୁବିଧା ଦେଖାଯାଉଛି । ଆଗାମୀ ଦିନରେ ଏପରି ମାମଲାକୁ ଗୁରୁତ୍ୱ ଦେଇ କଠୋର ପଦକ୍ଷେପ ନିଆଯିବ ବୋଲି ଅଦାଲତ ଚେତାବନୀ ଦେଇଛନ୍ତି।