କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଆଞ୍ଚଳିକ ଗୀତା ସଦନ ପରିସରରେ କୀର୍ତ୍ତନ ବିହାରୀ ସୃତି ସଂସଦର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଶିଶୁସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥିଭାବେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଦୀପ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଗାୟକ କଳାବିଭୂ ବିଭୂଷଣ ବଳରାମ ଆୟଚ, ସ୍ବତନ୍ତ୍ର ଅତିଥି ଭାବେ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ବଳ, ସମ୍ମାନୀତ ଅତିଥି ଭାବେ ତକ୍ଷଶିଳା ସ୍କୁଲର ଅଧ୍ୟକ୍ଷ ଆକାଶ ରଥ, କେଶଦୁରାପାଳର ପୂର୍ବତନ ସରପଞ୍ଚ ପର୍ଶୁରାମ ମହାରଣା ପ୍ରମୁଖ ଯୋଗଦେଇ ସାମାଜିକ ମୂଲ୍ୟବୋଧ ଭିତ୍ତିକ ବକ୍ତବ୍ୟ ପ୍ରକାଶ କରିଥିଲେ ।

ଉତ୍କଳମଣି ଶିଶୁ ସାହିତ୍ୟ ସଂସଦର ସଂପାଦକ ରତ୍ନାକର ଦାସ ମଞ୍ଚସଂଯୋଜନା କରିଥିବା ବେଳେ କିର୍ତ୍ତିନ ବିହାରୀ ସୃତି ସଂସଦର ସଂପାଦକ ମଙ୍ଗୁଳି ଚରଣ ପୃଷ୍ଟି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବିତା ପାଠ ଅନୁଷ୍ଠିତ ହୋଇଥିଲା କବିତା ପାଠକୁ କବୟିତ୍ରୀ ପୁଷ୍ପମଞ୍ଜରୀ କର ସଂଯୋଜନା କରିଥିବା ବେଳେ କବି ଶରତ କୁମାର ଦାସ, କୈଳାସ ପାତ୍ର ଚତୁର୍ଭୁଜ ଜେନା ବିହ୍ୟୁତ ପ୍ରଭା ଦେଓ, ହେମନ୍ତ ନାୟକ, ତିଳୋତ୍ତମା ସା, ହଳଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଭଦ୍ରା ସ୍ଵାଇଁ, ଅଭୟ କୁମାର ସାମଲ ପ୍ରମୁଖ ୫୦ ଜଣ କବି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ସୋମନାଥ ମାଝୀଙ୍କ ପୁସ୍ତକ ଶ୍ରୀ କୃଷ୍ଣଙ୍କ ବାଲ୍ୟଲୀଳା ଉନ୍ମୋଚିତ ହୋଇଥିଲା | ପରେ ପରେ ପ୍ରବଚକ ଓ ଶିକ୍ଷକ,ବେଲାଳସେନ ପତି ବରିଷ୍ଠ ଶିଶୁ ସାହିତ୍ୟକ ସୋମନାଥ ମାଝୀ,ପ୍ରାଣୀ ଚିକିତ୍ସକ ପ୍ରଭାକର ସାହୁ ଓ ମା’ମଙ୍ଗଳା ମହିଳା ଭାଗବତ ଟୁଙ୍ଗି-କାଠିଆସରା ଭକ୍ତ ପ୍ରମୁଖ ଙ୍କୁ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିନା କରିଥିଲେ ।