କିସ୍ ବିଦ୍ୟାଳୟରେ ଚନ୍ଦ୍ରୟାନ-୩ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ପୂଜାର୍ଚ୍ଚନା

ଚନ୍ଦ୍ରୟାନ-୩ର ସଫଳତା ପାଇଁ ଦେଶର କୋଣଅନୁକୋଣରେ ସବୁଠି ଚାଲିଛି ପୂଜାର୍ଚ୍ଚନା। ଗତକାଲି ଗଙ୍ଗା ଆଳତି କରାଯାଇଥିବା ବେଳେ ହାତରେ ତ୍ରିରଙ୍ଗା ଧରି ନଦୀ ଘାଟରେ ଏକାଠି ଆଳତି କରିବା ସହ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ମନାସିଛନ୍ତି ଦେଶବାସୀ। ବିଭିନ୍ନ ସଙ୍ଗଠନ ଏବଂ ସଂସ୍ଥା ପକ୍ଷରୁ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ଚାଲିଛି। ସେହିପରି ସ୍କୁଲ୍ ଛାତ୍ରଛାତ୍ରୀମାନେ ଚନ୍ଦ୍ରୟାନ ସମ୍ପର୍କିତ ସମୁହ ଚିତ୍ରାଙ୍କନ କରୁ ଥିବାବେଳେ ଆଉ କେଉଁଠି ଶତାଧିକ ଛାତ୍ରଛାତ୍ରୀ ସମୁହ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି।

ଚନ୍ଦ୍ରୟାନର ସଫଳତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ଶୁଭକାମନା ଜାରି ରହିଛି। ସେପଟେ ଚନ୍ଦ୍ରୟାନକୁ ନେଇ ସାରା ଦେଶରେ ଉତ୍ସାହ। ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ଭାବେ ଏକ ପ୍ରତିକୃର୍ତ୍ତି ଅଙ୍କା ଯାଇଛି। ଯେଉଁଥିରେ ଚନ୍ଦ୍ରୟାନ-୩ ମିଶନର ବିଭିନ୍ନ ଘଟଣାବଳୀକୁ ସ୍ଥାନ ଦିଆଯାଇଛି। ଯେପରି ରକେଟ୍ ଉତ୍‌କ୍ଷେପଣ, ଚନ୍ଦ୍ରକୁ ଯାତ୍ରା, ମହାକାଶରେ ଚନ୍ଦ୍ରୟାନର ଅବସ୍ଥିତି ଇତ୍ୟାଦି। ବାଲିରେ ହୋଇଥିବା ଏହି କଳାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

Leave a Reply

Your email address will not be published. Required fields are marked *