କପାସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁମହୋତ୍ସବ

ତମାମୁରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା କପାସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିଶୁଙ୍କ ଅନ୍ତର୍ନିହିତଲଗୁଣାବଳିକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ ଛାତ୍ରଛାତ୍ରୀ ମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପପ୍ରଜ୍ବଳନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ସଚିବ ରାଧାମୋହନ ଜେନା, ତମାମୁରା କ୍ଲଷ୍ଟରର ପୂର୍ବତନ ସି.ଆର.ସି.ସି ଫଗୁନୁ ନାଏକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ଏପରି କାର୍ଯ୍ୟ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ମିଲେଟ ମିଶନ ବିଷୟରେ ଆଲୋଚନା କରି କହିଥିଲେ ଯେ ଖାଦ୍ୟ ଓ ବିକାଶ ପରସ୍ପରର ପରିପୂରକ ବୋଲି ମତ ଦେଇଥିଲେ। ଏହି ଶିଶୁମହୋତ୍ସବକୁ ନେଇ ଶିଶୁମାନେ ବେଶ ଖୁସି ଥିଲେ।

Leave a Reply

Your email address will not be published. Required fields are marked *