ଓମସାଇ ପବ୍ଲିକ୍ ଇଣ୍ଟରନାସନାଲ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରେକୁଟିଆ ସ୍ଥିତ ଓମସାଇ ପବ୍ଲିକ୍ ଇଣ୍ଟରନାସନାଲ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ବିନୋଦ ବିହାରୀ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଏମସି ମ୍ୟାନେଜର ଶ୍ରୀଯୁକ୍ତ ବିକାଶ ଚରଣ ପରିଡା, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋଲକ ବିହାରୀ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜୟନ୍ତ କୁମାର ତ୍ରିପାଠୀ, ରଞ୍ଜନ କୁମାର ଜେନା ଯୋଗଦେଇ ଫିତା କାଟି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଉଦଘାଟନ କରିଥିଲେ ।

ପ୍ରଧାନ ଶିକ୍ଷକ ତାପସ କୁମାର ରାଉତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ବିଦ୍ୟାଳୟ କିପରି ଆହୁରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେ ଦିଗରେ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଙ୍କ ଗହଣରେ ବାର୍ଷିକ କ୍ରିଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବକୁ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ରଥ, ଶିକ୍ଷକ ସୂର୍ୟକାନ୍ତ ରାଉତ , ସୁଜାତା ନାୟକ, ପୂଜାରାଣୀ ବଳ, ସଂଧ୍ୟାରାଣୀ ସାହୁ, ମୋନାଲି ପୁହାଣ, ଇପ୍ସିତା ରାଉତ, ଧରିତ୍ରୀ ରାଉତ ପ୍ରମୁଖ ପରିଚାଳନା କରିଥିବାବେଳେ ଶୁଭାଶିଷ ଜେନା ସମ୍ପୂର୍ଣ୍ଣ କାର୍ଯକ୍ରମକୁ ସଞ୍ଚାଳନ କରିଥିଲେ । ପରିଶେଷରେ ଅଖୟ ସା ଏବଂ ପ୍ରଗତି ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *