
ରାଜ୍ୟରେ ବଢିବାକୁ ଲାଗିଛି HIV ଏହା ଆପଣଙ୍କୁ ଏକ ଛୋଟ ସମସ୍ୟା ଭଳି ମନେ ହେଉଥିବ ନିଶ୍ଚୟ କିନ୍ତୁ ଏକ ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ କାରଣ ଏହି ସଂକ୍ରମଣରେ ଘାଣ୍ଟି ହେଉଛନ୍ତି ଯୁବ ଗୋଷ୍ଠୀ । ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ ଅନୁସାରେ ପୁରୁଷ ସହ ପୁରୁଷଙ୍କ ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିରୁ ପାଖାପାଖି ଅଧା ହେଉଛନ୍ତି ଯୁବ ଗୋଷ୍ଠୀ । ସେପଟେ ପଞ୍ଜିକୃତ ଏଡସ୍ ରୋଗୀଙ୍କ ଭିତରୁ ୩ ହଜାରରୁ ଅଧିକଙ୍କ ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ ଦେଇ ଗତି କରୁଛି ଓଡ଼ିଶା । ଆସନ୍ତୁ ଜାଣିବା କଣ ରହିଛି ଏହାର ପ୍ରଭାବ HIV ରୋଗ କବଳରେ ଯୁବ ଗୋଷ୍ଠୀ, କାରଣ ଯୁବ ଗୋଷ୍ଠୀ ଏବେ ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରେ ବ୍ୟସ୍ତ । ୧୭ରୁ ୩୫ ବର୍ଷ ବୟସର ୪୧ ପ୍ରତିଶତ ଯୁବଗୋଷ୍ଠୀ ଏଚଆଇଭି ପଜିଟିଭ ଯାହା ଦ୍ୱାରା ଯେଉଁମାନଙ୍କ ଭିତରେ ପ୍ରତିଶେଧକ ଶକ୍ତି କମ୍ ରହିଥାଏ ସେମାନେ ଏଡସ୍ ଆଡ଼କୁ ଠେଲି ହୋଇ କଲବଲରେ ଜୀବନ ହାରନ୍ତି ।
ତେବେ ଯଦି ଆମେ ମୃତ୍ୟୁ ହାର କଥା କହିବା ୧୩ ହଜାର ୧୭୭ ଏଚଆଇଭି ପଜିଟିଭଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ରିପୋର୍ଟ ଦିଆଯାଇଛି, ତେବେ ଯଦି ଆପଣଙ୍କୁ ଲାଗୁଛି ବିପଦ ଏତିକି ରେ ସରିଯାଇଛି ବୋଲି, ଆପଣ ଭୁଲ ଭାବୁଛନ୍ତି ବିପଦ ଏତିକିରେ ସରିନି ଓଡିଶାରେ ପଞ୍ଜିକୃତ ୬୫ ହଜାର ୨୧୪ ଏଚଆଇଭି ପଜିଟିଭଙ୍କ ଭିତରୁ ଯେଉଁ ୩୯୯୮ ସଂକ୍ରମିତଙ୍କ ପତ୍ତା ମିଳୁନି । ସେମାନଙ୍କ ଭିତରୁ ଅନେକ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବା କିଛି ଲୋକ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଟେଷ୍ଟିଂ କରିଛନ୍ତି । ଏପରିକି କିଛି ଲୋକ ସମାଜ ବାସନ୍ଦ ଭୟରେ ନିଜ ଭୁଲ ପରିଚୟ ଦେଇଥିବା କଥା ଯାଞ୍ଚ ପରେ ଜଣାପଡ଼ିଛି । ଏହି ନିଖୋଜ ଏଚଆଇଭି ପିଜିଟିଭ ସଂକ୍ରମିତଙ୍କ ସହ ଅଜାଣତରେ ଯଦି କେହି ଶାରୀରିକ ସଂପର୍କ ରଖନ୍ତି ପରିସ୍ଥିତି ସଙ୍ଗୀନ ହୋଇଯିବ ।
ଏଚଆଇଭ ପିଜିଟିଭରୁ ଏଡସ୍ । ଏହାର କୌଣସି ଚିକତ୍ସା ନାହିଁ। ହେଲେ ଏଚଆଇଭି ପିଜିଟିଭ ଜଣାପଡ଼ିବା ମାତ୍ରେ ସଂକ୍ରମିତଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ଏଆରଟି ଦେବା କଥା । ତେବେ ୬୫ ହଜାର ୨୧୪ ସଂକ୍ରମିତଙ୍କ ମଧ୍ୟରୁ ୫୫ ହଜାର ୧୪୨ ଜଣ ଏଆରଟି ପଞ୍ଜିକରଣ କରିଛନ୍ତି । ବାକି ୧୦ ହଜାର ୧୨୯ ଏଆରଟି ପଞ୍ଜିକରଣ କରି ନଥିବାରୁ ଚିନ୍ତା ଆହୁରି ବଢିଛି ।