ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଆଜି କେନ୍ଦ୍ର କ୍ୟାବିନେଟ ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି। ଏଣିକି ରନ୍ଧନ ଗ୍ୟାସ୍ କିଣିଲେ ହିତାଧିକାରୀଙ୍କୁ ୨୦୦ ଟଙ୍କାର ସବସିଡି ମିଳିବ। ଆଜି ଏପରି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦେଶର ସବୁ ଲୋକଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳିବ। ଏହା ରାକ୍ଷୀ ପୂର୍ଣ୍ଣିମା ଓ ଓନାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର। ଉଜ୍ଜ୍ୱଳା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଏହି ସବସିଡି ବ୍ୟବସ୍ଥା ଲାଗୁ ହେବ। ଉଜ୍ଜ୍ୱଳା ହିତାଧିକାରୀ ପୂର୍ବରୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ମିଳୁଥିଲା। ଏବେ ସେମାନେ ୪୦୦ ଟଙ୍କାର ସବସିଡି ପାଇବେ ବୋଲି ସେ କହିଛନ୍ତି।